ସ୍ନାନଯାତ୍ରା ନେଇ ପ୍ରସ୍ତୁତି ଚୁଡ଼ାନ୍ତ: ଜଗିବେ ୬୮ ପ୍ଲାଟୁନ ପୋଲିସ ଫୋର୍ସ  

0

ପୁରୀ,୨୧ା୬: ଶନିବାର ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ସ୍ନାନବେଦିରେ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ହେବ ପ୍ରବଳ ଭିଡ଼ । ଶୃଙ୍ଖଳିତ ଦର୍ଶନ ନେଇ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳିସ୍ଥିତିରେ ସ୍ନାନ ପୂର୍ଣ୍ଣିମା ପାଇଁ ସୁରକ୍ଷା ଦାୟିତ୍ୱରେ ୬୮ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ଏନେଇ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ପୁରୀ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

 

ମାର୍କେଟଛକ ନିକଟରୁ ଅସ୍ଥାୟୀ ବ୍ୟାରିକେଡ୍‌ କରାଯାଇଛି। ଭକ୍ତମାନେ ଉକ୍ତ ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଯେଉଁ ଭକ୍ତ ବଡଦାଣ୍ଡରେ ଠିଆହୋଇ ମହାପ୍ରଭୁଙ୍କ ସ୍ନାନ ଓ ହାତୀବେଶ ଦର୍ଶନ କରିବାକୁ ଚାହିଁବେ ସେମାନଙ୍କ ନିମନ୍ତେ ସିଂହଦ୍ୱାର ଥାନା ସମ୍ମୁଖରେ ଛାମୁଡିଆ ତିଆରି କରାଯାଇଛି।

 

ଦୁଇଚକିଆ ଓ ତିିନିଚକିଆ ଗାଡ଼ି ବଡଦାଣ୍ଡ ଆସିବା ଉପରେ କଟକଣା ଲାଗୁ କରାଯାଇଛି। ଭକ୍ତଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ହୋଇଛି। ସମସ୍ତ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଓ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ।

Leave A Reply

Your email address will not be published.