ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ଆଗକୁ ବଢିବ ବର୍ଷା

0

କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଆଖପାଖ ବ୍ଲକ ଅଞ୍ଚଳରେ ଶୁକ୍ରବାର ବର୍ଷା ହୋଇଛି। ବର୍ଷା ଯୋଗୁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରାଯାଇଛି। ଯାହାକି, ଶୁକ୍ରବାର ମଧ୍ୟାହ୍ନ ପରେ ପରେ ଅଞ୍ଚଳରେ ହୋଇଥିବା ବର୍ଷାରୁ ଅନୁମାନ।

ହେଲେ ଏହି ବର୍ଷା ପାକ୍‌ ମୌସୁମୀର ଆଗମନ ବୋଲି ମଧ୍ୟ କୁହାଯାଉଛି। ବର୍ଷା ଯୋଗୁ ସମଗ୍ର ଅଞ୍ଚଳରେ ଟିକିଏ ଥଣ୍ଡା ପଡ଼ିବା ସହ ଗୁଳୁଗୁଳି କମିଛି। ଏହି ବର୍ଷାରେ ଧାନ ତଳି ଭଲ ହେବା ସହ ପନିପରିବା ଓ ହଳଦୀ ଚାଷୀଙ୍କୁ ଅନେକ ଫାଇଦା ଯୋଗାଇବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.