ଆଓ ନେକ୍ସଟ ର “ଆୟୁଷ୍ମାନ ମସ୍ତରାମ୍” ସଫଳତାର ସେଲିବ୍ରେସନ

0

ଭୁବନେଶ୍ଵର (ଆମ ଟିଭି); ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଆଓ ନେକ୍ସଟ ୟା’ ପୂର୍ବରୁ ଆନ୍ଥୋନୀ , କ୍ଲବ 69, ଫୋର, ଯାଯାବର, ଦଶମ ଭଳି ଅନେକ ୱେବ ସିରିଜ୍ ଓ ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେବା ପରେ ପ୍ରଥମ ଥର ପାଇଁ ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଏକ ମଜାଦାର କମେଡି କାହାଣୀ “ଆୟୁଷ୍ମାନ ମସ୍ତରାମ୍” l

କୌସ୍ତୁଭ ଡ୍ରିମୱାର୍କ୍ସ ଷ୍ଟୁଡିଓ ପ୍ରଯୋଜିତ ଆୟୁଷ୍ମାନ ମସ୍ତରାମ୍ ପହିଲି ରଜରେ ଷ୍ଟ୍ରିମିଙ୍ଗ ହୋଇଥିବା ବେଳେ ଗୋଟିଏ ସପ୍ତାହରେ ବେଶ ଲୋକପ୍ରିୟତା ହାସଲ କରିଥିବା ଯୋଗୁଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଏହାର ସେଲିବ୍ରସନ ହୋଇଥିଲା l ଏହି ସେଲିବ୍ରେସନ ରେ ଆଓ ନେକ୍ସଟ ର ପ୍ରତିଷ୍ଠାତା କୌଶିକ ଦାସ, ନିର୍ଦ୍ଦେଶକ ଅଜୟ ରଥ, ଅଭିନେତା ବିରଞ୍ଚି ନାୟକ, ଅଭିନେତ୍ରୀ ରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ଏହି ୱେବ ସିରିଜ୍ ରେ ଅଭିନୟରେ ଅଭିନେତା ବିରଞ୍ଚି ନାୟକ, କେ.କେ, ଦିଲ୍ଲୀପ ଚୌଧୁରୀ, ସରୋଜ ଦାସ, ଫିଲୁ, ଅଭିନେତ୍ରୀ ପ୍ରିୟା ରୟ, ଦିବ୍ୟା, ରାଣୀ ପଣ୍ଡା ଏବଂ ମିଲି ପ୍ରମୁଖ ରହିଛନ୍ତି l ଏହାର ଡ଼ି.ଓ.ପି ଧୃବାନନ୍ଦ ପଣ୍ଡା, ସମ୍ପାଦକ ସରୋଜ ରାଉଳ, କଳା ନିର୍ଦ୍ଦେଶନା ରେ ପାଣ୍ଡିଆ ଅଛନ୍ତି l

କାହାଣୀ ଭୁବନେଶ୍ୱର ସହର ରେ ଘଟୁଥିବା ଘଟଣାବଳି କୁ ନେଇ ଗଢ଼ା ହୋଇଛି l ଭୁବନେଶ୍ୱର ସହରକୁ ସମସ୍ତେ ନିଜର ସ୍ବପ୍ନ ପୂରଣ କରିବା ଆଶାରେ ଧାଇଁ ଆସିଥାନ୍ତି l ଆୟୁଷ୍ମାନ ମଧ୍ୟ ସଂଘର୍ଷ କରି ସ୍ବପ୍ନ ପୂରଣ ପାଇଁ ଅଣ୍ଟା ଭିଡିଛି l ସ୍ବପ୍ନ ତାର ଜଣେ ଲେଖକ ହେବ l ବାପା ମାଆ ତାକୁ ଇଞ୍ଜିନିଅର ହେବା ପାଇଁ ପାଠ ପଢ଼େଇଥିଲେ ନିଜର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ହେଲେ, ଆୟୁଷ୍ମାନ ଲେଖକ ହୋଇ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଜିଦ୍ଦି ରେ ଅଟଳ ଥିଲା l ଗୋଟିଏ ପବ୍ଲିକେସନ ହାଉସ ରୁ ଆଉ ଗୋଟିଏ କୁ ଧୌଡି ଦୌଡ଼ି ସଫଳ ହୋଇପାରୁନଥିଲା l ଶେଷରେ ଭଗବାନ ତା ଡାକ ଶୁଣି ତା ସ୍ବପ୍ନ ପୂରଣ କରିଥିଲେ କି ନା ତା’ରି ଉପରେ ଆଧାରିତ l

ଆଓ ନେକ୍ସଟ କୁ ଦର୍ଶକ ଆଜି ପର୍ଯ୍ୟନ୍ତ ଢେର ଭଲ ପାଇବା ଦେଇଆସିଛନ୍ତି l ଆୟୁଷ୍ମାନ ମସ୍ତରାମ୍ କୁ ମଧ୍ୟ ସେଇ ଅନୁପାତରେ ଭଲ ପାଇବା ଦେବେ ବୋଲି ପ୍ରଯୋଜକ କୌଶିକ ଦାସ ଆଶା ରଖିଛନ୍ତି l

Leave A Reply

Your email address will not be published.