ଗୃହରେ ବନ୍ଦ କରାଗଲା ରାହୁଲଙ୍କ ମାଇକ୍‌, ଓମ୍‌ ବିର୍ଲା କହିଲେ ମୋ’ ପାଖରେ…

0

ନିଟ୍‌ ପେପର ଲିକ୍‌ ପ୍ରସଙ୍ଗ ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ସାଜିଛି। ଶୁକ୍ରବାର ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍‌ ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତି ଓମ୍‌ ବିର୍ଲା ସମୟ ଦେବାକୁ ମନା କରିଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ, ଯେତେବେଳେ ନିଟ୍‌ ଉପରେ ଆଲୋଚନାକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଚାଲିଥିଲା ସେତେବେଳେ ମଧ୍ୟ ଏକ ବଡ଼ ଅଭିଯୋଗ ହୋଇଥିଲା। ବାସ୍ତବରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଏମ୍‌ପି କହିଛନ୍ତି ଯେ, ତାଙ୍କ ମାଇକ ବନ୍ଦ୍‌ କରିଦିଆଯାଇଛି। ଏହି ଅଭିଯୋଗ ଉପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଏଠାରେ କୌଣସି ବଟନ ନାହିଁ ଯାହା ଦ୍ୱାରା ମାଇକ୍‌ ବନ୍ଦ ହୋଇପାରିବ। ମାଇକ୍‌ ବନ୍ଦ କରିବା ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ହୋ-ହଲ୍ଲା କରିଥିଲା।

ମାଇକ୍‌ ବନ୍ଦ କରିବା ପ୍ରସଙ୍ଗରେ କଂଗ୍ରେସ ସରକାର ଉପରେ କଡ଼ା ଆକ୍ରମଣ କରିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ୍‌ରେ ଏକ ଟୁଇଟ୍‌ରେ ଦଳ କହିଛି ଯେ, ଏଭଳି ଛୋଟ ଛୋଟ କାର୍ଯ୍ୟ କରି ଯୁବକଙ୍କ ସ୍ବରକୁ ଦମନ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି।

Leave A Reply

Your email address will not be published.