ନୂଆଦିଲ୍ଲୀ (ଆମ ଟିଭି): ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ଜାମିନ । ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ହେମନ୍ତଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ମିଳିଛି । ପାଖାପାଖି ୫ ମାସ ପରେ ଜେଲରେ ମୁକୁଳିବେ ହେମନ୍ତ ସୋରେନ । ପୂର୍ବରୁ ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ଗିରଫ କରିଥିଲା ଇଡି । ତେବେ ଜେଲରୁ ମୁକୁଳିବା ପରେ ହେମନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ବସିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଜେଏମଏମର ରାଜ୍ୟସଭା ସାଂସଦ ମହୁଆ ମାଜୀ କହିଛନ୍ତି, ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ । ଏବେ ହେମନ୍ତଙ୍କୁ ଜାମିନ ମିଳିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ମୁଁ ବ୍ୟକ୍ତିଗତ ଭାବେ କୌଣସି ନିଷ୍ପତ୍ତି ନେଇ ପାରିବନି କିନ୍ତୁ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସମର୍ଥନ କରିବି ।