ମମତା ବାନାର୍ଜୀଙ୍କ ଅଡୁଆ ବଢିଲା

0

କୋଲକାତା,୨୯।୬: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଶୁକ୍ରବାର କୋଲକାତା ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଯେଉଁଥିରେ ମମତା କହିଥିଲେ, ରାଜ ଭବନରେ ଘଟିଥିବା ଘଟଣା ଯୋଗୁ ମହିଳାମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି ବୋଲି ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ରାଜ୍ୟପାଳ ମାନହାନି ମାମଲା ଦାୟର କରିଛନ୍ତି।

 

ରାଜ୍ୟ ସଚିବାଳୟରେ ଏକ ପ୍ରଶାସନିକ ବୈଠକ ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦାବି କରିଛନ୍ତି ଯେ ସମ୍ପ୍ରତି ଘଟଣା ହେତୁ ମହିଳାମାନେ ରାଜ ଭବନକୁ ଯିବାକୁ ଭୟ କରୁଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.