ଓଡ଼ିଆ ଓଟିଟି “କଞ୍ଚା ଲଙ୍କା “ରେ “ଓଡିଶା କବାଡ଼ି ଚାମ୍ପିୟନଶିପ”
ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାର ପ୍ରଥମ ଓଡିଆ ମନୋରଞ୍ଜନ ଓଟିଟି ପ୍ଲାଟଫର୍ମ “କଞ୍ଚା ଲଙ୍କା” ସର୍ବପ୍ରଥମ ଥର ପାଇଁ କବାଡି ଚାମ୍ପିଅନସିପ୍ ଆରମ୍ଭ କରିବାକୁ ଯାଉଛି !ଯାହାର ନାମ “ଓଡିଶା କବାଡି ଚାମ୍ପିଅନସିପ” ରଖା ଯାଇଛି ! ଏହା ଆମ ଓଡିଶା କ୍ରୀଡା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ !ଯେଉଁମାନେ ଜାତୀୟ ସ୍ତରରେ କବାଡିକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଏହି ବିଶାଳ ଇଭେଣ୍ଟ ରେ ଭାଗନେବେ ରାଜ୍ୟର ଭିନ୍ନ ଭିନ୍ନ ଭୌଗୋଳିକ ପ୍ରାନ୍ତରୁ 16 ଟି ଟିମ l ଯେଉଁଥିରେ ପ୍ରଦର୍ଶିତ ଓ ପ୍ରୋତ୍ସାହିତ ହେବ ସେହି ଅଞ୍ଚଳର କ୍ରୀଡା ନିପୁଣତା ଓ ସାମାଜିକ ଏକତା l
ଏହି ଚାମ୍ପିୟନଶିପ ରୋଚକ ଶୁଭାରମ୍ଭ ହେବ ପୁଲ ସିରିଜ ସହିତ, ଏହାପରେ କ୍ୱାର୍ଟରଫାଇନାଲ, ସେମିଫାଇନାଲ ଓ ଗ୍ରାଣ୍ଡ ଫାଇନାଲ ପର୍ଜାୟରେ ପହଂଚିବ l ଯେଉଁଥିରେ କ୍ରୀଡାପ୍ରେମୀ ଦର୍ଶକମାନେ ଉପଭୋଗ କରି ପାରିବେ ଟାଇଟଲ ଜିତିବା ପାଇଁ ଟିମଗୁଡିକର କ୍ରୀଡା କୌଶଳ, ରଣନୀତି ଓ ମୁକାବିଲାର ମହାସମର l
ଚାମ୍ପିୟନଶିପ ମୁକ୍ଷାଂଶ :
ଏହି ଚାମ୍ପିୟନଶିପ ମୁଖ୍ୟଉଦ୍ଦେଶ୍ୟ ଓଡ଼ିଶାର ଷୋହଳଟି ଭୌଗୋଳିକ ପ୍ରାନ୍ତରୁ ଆସିଥିବା କ୍ରୀଡାବିତ ମାନଙ୍କ ମଧ୍ୟରେ ଭିନ୍ନତା ଭିତରେ ଏକତାର ଭାବକୁ ଆହୁରି ମଜବୁତ କରିବା l
ମ୍ୟାଚ ପ୍ରଣାଳୀ :
ଏହି ଓଡିଶା କବାଡ଼ି ଚାମ୍ପିୟନଶିପ ପ୍ରଥମେ ଭିନ୍ନ ଭିନ୍ନ ଦଳ ମଧ୍ୟରେ ପୁଲ ମ୍ୟାଚ ଖେଳା ଯିବା ପରେ କ୍ୱାର୍ଟର ଫାଇନାଲ , ସେମି ଫାଇନାଲ ଓ ଏକ ରୋମାଞ୍ଚକ ଗ୍ରାଣ୍ଡ ଫାଇନାଲ ପର୍ଜାୟରେ ଖେଳାଯିବ l
ଲାଇଭ କଭରେଜ :
ଏହି ଓଡିଶା କବାଡ଼ି ଚାମ୍ପିୟନଶିପ ପ୍ରତିଟି ମ୍ୟାଚ ‘ କଞ୍ଚା ଲଙ୍କା ‘ ଓଟିଟି ଆପରେ ଲାଇଭ ଷ୍ଟ୍ରିମିଙ୍ଗ ହେବ ଯାହାଫଳରେ କ୍ରୀଡାପ୍ରେମୀ ମାନେ ଯେଉଁଠାରେ ଥିଲେ ମଧ୍ୟ ଉପଭୋଗ କରି ପାରିବେ l
ଏ ସମ୍ପର୍କରେ କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟକାରି ନିର୍ଦେଶକ ଶ୍ରୀ ଚିତ୍ତ ରଞ୍ଜନ ନାୟକ କୁହନ୍ତି, ” ଏହିପରି ଏକ ଓଡିଶା କବାଡ଼ି ଚାମ୍ପିୟନଶିପ ଆୟୋଜିତ କରି ଆମେ ଅତ୍ୟଧିକ ଉତ୍ସାହିତ,ଯାହା କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସହ ସାମାଜିକ ଏକତା ଓ ସଦଭାବ ବଜାୟ ରଖିବାରେ ସହାୟକ ହେବ l ଆମର ମୂଳ ଲକ୍ଷ ସ୍ଥାନୀୟ ପ୍ରତିଭା ମାନଙ୍କୁ ଏକ ପ୍ଳାଟଫର୍ମ ପ୍ରଦାନ କରିବା ସହ ସେମାନଙ୍କୁ ଓ ଆଗାମୀପିଢ଼ିର କ୍ରୀଡାବିତ ମାନଙ୍କୁ ଅନୁପ୍ରେରିତ କରିବା l
ଏହି ଚାମ୍ପିୟନଶୀପ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ଆୟୋଜିତ ହେଉଥିବା ବେଳେ ଗ୍ରାଣ୍ଡ ଫିନାଲେ ୨୯ ଡ଼ିସେମ୍ବରରେ ଖେଳା ଯିବ l ଏହି କ୍ରମରେ ଫ୍ୟାନ ମାନଙ୍କ ପାଇଁ କ୍ରୀଡ଼ାବିତଙ୍କ ସହ କଥୋପକଥନ ସହ ନିଜକୁ ଯୋଡ଼ି ପାରିବା ପରି ଅନେକ କାର୍ଯ୍ୟକ୍ରମ ରଖାଯାଇଛି ଯାହା କ୍ରୀଡାପ୍ରେମୀ ମାନଙ୍କୁ ଏକ ବିଶେଷ ଅନୁଭୂତି ଆଣିଦେବ ବୋଲି ଆଶା କରା ଯାଉଛି l ଏହା କ୍ରୀଡା, କ୍ରୀଡାବିତ ଓ କ୍ରୀଡାପ୍ରେମୀଙ୍କ ପାଇଁ ଏକ ବାସ୍ତବ ମହୋତ୍ସବ l
ଅଧିକ ବିବରଣୀ ପାଇଁ ଆପଣଙ୍କ ଆଣ୍ଡ୍ରଏଡ଼ କିମ୍ବା ଆଇଫୋନରୁ କଞ୍ଚାଲଙ୍କା ଆପ ଡାଉନଲୋଡ଼ କରନ୍ତୁ ଅଥବା ଭିଜିଟ କରନ୍ତୁ www.kanchchalannka.com l
କଞ୍ଚାଲଙ୍କା ସୋସିଆଲ ସାଇଟ୍ସ ଫେସବୁକ…https://www.facebook.com/KancchaLannkaApp?mibextid=JRoKGi
ଇନଷ୍ଟାଗ୍ରାମ..https://www.instagram.com/kancchalannka.ott?igsh=Yjg2YTh0NWd6ZTli
ରେ ମଧ୍ୟ ସମ୍ପୂର୍ଣ ବିବରଣୀ ପାଇ ପାରିବେ l
କଞ୍ଚାଲଙ୍କା ସମ୍ପର୍କରେ :
କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ l ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ l ସିନେମା, ୱେବ ସିରିଜ, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ ‘ କଞ୍ଚା ଲଙ୍କା ‘l ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମହୋତ୍ସବ ‘ କଞ୍ଚା ଲଙ୍କା ‘ l l