ଚାଷୀଙ୍କ ସମସ୍ୟା ନେଇ ପ୍ରେକ୍ଷାଳୟରେ ‘ସୀତା’

0

ଭୁବନେଶ୍ଵର(ଆମ ଟିଭି): ଫ୍ରାଇଡେ ରିଲିଜ୍ ଅବସରରେ ପ୍ରେକ୍ଷାଳୟକୁ ଚାଷୀଙ୍କ ସମସ୍ୟା ନେଇ ଆସିଲା ଓଡ଼ିଆ ସିନେମା – ସଂଘର୍ଷର କାହାଣୀ ‘ସୀତା । ରାଜ୍ୟର ୧୦ଟି ହଲ୍‌ରେ ରିଲିଜ୍ ହେଇଥିବାବେଳେ ଭୁବନେଶ୍ଵରର ଏକ ମଲ୍ଟିପ୍ଲେକ୍ସରେ ଅପରାହ୍ଣ ୪ଟା ୧୫ରେ ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂରା ପ୍ରଯୋଜନା ଟିମ୍ ଓ କଳାକାର ଙ୍କ ସହିତ ଇଣ୍ଡଷ୍ଟ୍ରିର ଅନେକ ନାମୀ ଦାମୀ ପ୍ରଯୋଜକ, ନିର୍ଦ୍ଦେଶକ, ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ଦର୍ଶକଙ୍କ ଗହଣରେ ସିନେମା ଦେଖିଥିଲେ । ସିନେମାଟି କୃଷି ଉପରେ ପର୍ଯ୍ୟବେଶିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ । ରାଜନୈତିକ ନିଚ୍ଛକ କଥା ଉପରେ ଥିବାରୁ ସିନେମାର ରିଲିଜ୍ ପାଇଁ କିଛିଟା ପ୍ରତିବନ୍ଧକ ଥିଲା। ଏବେ ସରକାର ବଦଳିଲା ପରେ ରିଲିଜ୍ ପାଇଁ ସୁଯୋଗ ମିଳିଲା। ୟୁଟ୍ୟୁବ୍‌ରେ ସିନେମାର ଟିଜର୍‌ ଦର୍ଶକଙ୍କ ଭଲପାଇବା ସାଉଁଟି ଚାଲି ଥିଲାବେଳେ ସିନେମା ରିଲିଜ୍‌କୁ ସମସ୍ତଙ୍କ ଅପେକ୍ଷା ରହିଥିଲା । ଅଶ୍ୱିନ ତ୍ରିପାଠୀ ଫିଲ୍ମ ପ୍ରଯୋଜିତ ସୀତାର ମୁଖ୍ୟ ଭୂମିକାରେ ଦେବଜାନୀ, ସମରେଶ ,ଚୈ।ଧୁରୀ ବିକାଶ ଦାସ, ସୁଶାନ୍ତ ଆହୁରି ଅନେକ ନାମୀ କଳାକାର ରହିଛନ୍ତି। ଏହାର ସଂଳାପ ଡ. ରଜନୀ ରଞ୍ଜନ ଲେଖିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଜାପାନୀ। ଗୀତ ଲେଖିଛନ୍ତି ତପୁ ନାୟକ।

ଡିଓପିରେ ଅକ୍ଷୟ କୁମାର ନାୟକ ଦକ୍ଷତା ଦେଖାଇଥିବା ବେଳେ ସମ୍ପାଦନା କରିଛନ୍ତି ମାନସ କୁମାର ସାହୁ । ଏହାର ପ୍ରଯୋଜନା, କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଯୁବ ପ୍ରତିଭାବାନ ନିର୍ମାତା ଅଶ୍ୱିନ୍ ତ୍ରିପାଠୀ ।

ତେବେ ଅଶ୍ୱିନ ତ୍ରିପାଠୀ ଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ଦର୍ଶକ ଯେପରି ଭଲ ପାଇବା ଦେଇଛନ୍ତି ସୀତା କୁ ସବୁଠୁ ବେଶୀ ଭଲ ପାଇବା ଦେବେ ବୋଲି ନିଜେ ପ୍ରକାଶ କରିଛନ୍ତି l

ପ୍ରିମିୟର ସୋ ରେ ସାସଂଦ ମୁନା ଖାଁ, ଅଭିନେତ୍ରୀ ଏଲିନା,ରିୟା,ନୈନା ଦାସ, ପ୍ରତିଭା ପଣ୍ଡା,ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ,ପ୍ରିତିରାଜ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା,ତପନ ଦାସ,ଟୁଟୁ ନାଏକ,ଗଦାଧର ପୁଟ୍ଟୀ ,ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.