ହାଥରସ ଦଳାଚକଟା ଘଟଣାରେ ରିପୋର୍ଟ ଦାଖଲ କଲା ଏସଆଇଟି । ୩୦୦ ପୃଷ୍ଠାର ରିପୋର୍ଟରେ ବାବାଙ୍କୁ କ୍ଲିନଚିଟ୍ ।

0

ହାଥରସ୍ ଦଳାଚକଟା ଘଟଣାରେ ଏସଆଇଟି ଦାଖଲ କରିଛି ତଦନ୍ତ ରିପୋର୍ଟ । ୩୦୦ ପୃଷ୍ଠାର ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଏହି ରିପୋର୍ଟରେ ଭୋଲେ ବାବାଙ୍କ ନାଁରେ ଜଣାଯାଉଥିବା ସୂରଜ ପାଲଙ୍କୁ କ୍ଲିନଚିୀଟ୍ ଦେଇଛି ଏସଆଇଟି । ଅନ୍ୟପଟେ ଏଡି ଅଘଟଣରେ ପ୍ରବଚନ ଆୟୋଜନ କରିଥିବା କମିଟିକୁ ଦୋଷାରୋପ କରାଯାଇଛି ।

ଗତ ଜୁଲାଇ ୨ ତାରିଖରେ ହାଥରସର ସିକନ୍ଦରାଉ ଥାନା ଅଞ୍ଚଳରେ ସୁରଜ ପାଲ ଓରଫ ଭୋଲେ ବାବାଙ୍କ ସତ୍ସଙ୍ଗରେ ହୋଇଥିବା ଦଳା ୧୨୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏସଆଇଟି ଏହି ମାମଲାର ତଦନ୍ତ କରି ଏବେ ସରକାରଙ୍କୁ ରିପୋର୍ଟ ପଠାଇଛି। ଆଜି ସିଏମ ଯୋଗୀଙ୍କ ସମ୍ମୁଖରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯାଇପାରେ ବୋଲି କୁହାଯାଉଛି। ରିପୋର୍ଟକୁ ଯାଞ୍ଚ କରିବା ପରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କୁହାଯାଉଛି।

Leave A Reply

Your email address will not be published.