ଶ୍ରୀଲଙ୍କା ଗସ୍ତ ପାଇଁ ରୋହିତ-କୋହଲିଙ୍କୁ ମିଳିପାରେ ବିଶ୍ରାମ । ଏହି ଖେଳାଳିଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ…

0

ନୂଆଦିଲ୍ଲୀ (ଆମ ଟିଭି); ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ ବିପକ୍ଷରେ ସିରିଜ୍ ଖେଳୁଛି । ଯେଉଁଠି ଦଳ ୫ଟି ଟି-୨୦ ମ୍ୟାଚ୍ ଖେଳିବ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିମ୍ବାୱେ ବିପକ୍ଷ ସିରିଜ୍ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ । ଆଉ ସେଠାରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଆଉ ଏହି ଗସ୍ତରେ ଦଳର କମାଣ କିଏ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ବଢିଛି ।

Leave A Reply

Your email address will not be published.