ରତ୍ନଭଣ୍ଡାର ଖୋଲିବାକୁ ଏସଓପି ଚୂଡ଼ାନ୍ତ: ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା

0

ପୁରୀ(ଆମ ଟିଭି):  ଆସନ୍ତା ୧୪ ତାରିଖରେ ଖୋଲିବ କି ରତ୍ନ ଭଣ୍ଡାର । ଯାଞ୍ଚ କମିଟିର ପ୍ରସ୍ତାବକୁ ନେଇ ଆଜି ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଏଥିରେ ରତ୍ନଭଣ୍ଡାର ପାଇଁ ଏସ୍ଓପି ଚୂଡାନ୍ତ ହୋଇଛି। ଯାହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ଏବେ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା।

ରତ୍ନଭଣ୍ଡାରର ଯାଂଚ କମିଟି ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇସାରିଛି । ଆଉ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତଦାରଖ କମିଟି ପଠାଇଥିବା ବିବରଣୀ ଉପରେ ବିସ୍ତୁତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି, ମୋଡାଲିଟି ଚୂଡ଼ାନ୍ତ ହୋଇଛି । ରତ୍ନ ଭଣ୍ଡାର ତଦାରଖ କମିଟିର ଏସଓପି ଉପରେ ବିସ୍ତୃତ ଆଲୋଚନା ହୋଇଛି । ତଦାରଖ କମିଟି ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ଏକ ଏସଓପି ସୁପାରିସ କରିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଉ କିଛି ପ୍ରସ୍ତାବ ଏସଓପିରେ ସାମିଲ କରାଯାଇଛି ।

Leave A Reply

Your email address will not be published.