ଆମେରିକାର ବଡ଼ ବୟାନ: ଭାରତ ହିଁ ବନ୍ଦ କରିପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ

0

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ରୁଷିଆ ଯାଇଥିଲେ। ସେତେବେଳେ ଆମେରିକା ଉଦ୍‌ବେଗ ପ୍ରକାଶ କରିଥିଲା। ମାତ୍ର ଏବେ ଆମେରିକା ଭାରତର ଶକ୍ତିକୁ ମାନିଛି। ଆମେରିକା କହିଛି, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କେବଳ ଭାରତ ହିଁ ବନ୍ଦ କରିପାରିବ। ଆମେରିକା ଏକ ବିବୃତ୍ତି ଜାରି କରି କହିଛି ଯେ, ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ମନାଇବାରେ କ୍ଷମତା ଭାରତର ରହିଛି। ମୋଦିଙ୍କ ଦୁଇ ଦିନିଆ ରୁଷିଆ ଗସ୍ତ ପରେ ଆମେରିକା ଏହି ବିବୃତ୍ତି ଦେଇଛି।

ହ୍ବାଇଟ୍‌ ହାଉସର ମୁଖପାତ୍ର କ୍ୟାରିନ୍‌ ଜିନ୍‌ କହିଛନ୍ତି ଯେ, ଆମର ବିଶ୍ୱାସ ଯେ, ରୁଷିଆ ସହ ଭାରତର ସମ୍ପର୍କ ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିବାର କ୍ଷମତା ଦେବ। କିନ୍ତୁ ଏହାକୁ ଶେଷ କରିବା ରାଷ୍ଟ୍ରପତି ପୁଟିନଙ୍କ କାମ। ପୁଟିନ ଯୁଦ୍ଧ ଆରମ୍ଭ କରିଥିଲେ ସେ ହିଁ କେବଳ ଏହାକୁ ଶେଷ କରିପାରିବେ।

Leave A Reply

Your email address will not be published.