ସାଉଦି ଆରବର ଯାତ୍ରୀବାହୀ ବିମାନରେ ଅଗ୍ନିକାଣ୍ଡ; ପେଶାୱରରେ ଅବତରଣ ବେଳେ ଲାଗିଲା ନିଆଁ

0

ନୂଆଦିଲ୍ଲୀ(ଆମ ଟିଭି): ସାଉଦି ଆରବର ଏକ ଯାତ୍ରୀବାହୀ ବିମାନରେ ଅଗ୍ନିକାଣ୍ଡ । ପାକିସ୍ତାନର ପେଶାୱର ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଲାଗି ଯାଇଥିଲା ନିଆଁ । ଅଗ୍ନିକାଣ୍ଡ ହୋଇଥିବା ଜାଣିବା ପରେ କ୍ୟାବିନ କ୍ରୁର ସମସ୍ତ ମେମ୍ବର ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ । ବିମାନରେ ୨୭୫ ଯାତ୍ରୀ ଓ କ୍ୟାବିନ କ୍ରୁର ୨୧ ଜଣ ରହିଥିଲେ । ଏହି ଘଟଣାରେ କେହି ମୃତାହତ ଖବର ଏଯାଏଁ ଆସିନାହିଁ ।

ସାଉଦି ଲୟାରଲାଇନ୍ସ ୭୯୨ ବିମାନ ଯେତେବେଳେ ପେଶାୱର ଏୟାରପୋର୍ଟରେ ଲ୍ୟାଣ୍ଡ ହୋଇଥିଲା । ସେତେବେଳେ ବିମାନ ଭିତରୁ ଧୂଆଁ ବାହାରୁ ଥିବାର ଦେଖିବାକୁ ମିଳିଥିଲା । ଏହାପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ପାଇଲଟକୁ ଖବର ଦେଇଥିଲେ । ଏହାସହ ଫାୟାର ଏଣ୍ଡ ରେସ୍କ୍ୟୁ ସର୍ଭିସକୁ ସୂଚନା ଦେଇଥିଲେ । ନିଆଁ ଲାଗିବାର ଖବର ଜାଣିବା ପରେ ଦମକଳ କର୍ମଚାରୀ ବି ଘଟଣାସ୍ଥଳରେ ପହଞ୍ଚିଥିଲେ ।

Leave A Reply

Your email address will not be published.