ଭୁବନେଶ୍ୱର(ଆମ ଟିଭି): ଗତକାଲି ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରିବା ପରେ, ଆଜି ଆଇପିଏସ୍ ଅଫିସର ଆଶିଷଙ୍କ ସିଂଙ୍କ କ୍ଷମତାରେ ପଡିଛି ଚୋଟ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏହି ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ତେବେ ରାଜ୍ୟରେ ନିର୍ବାଚନ ଆରମ୍ଭ ହେବା ସମୟରୁ ହିଁ ବିବାଦରେ ଥିଲେ ଆଇପିଏସ୍ ଆଶିଷ ସିଂ । ନିର୍ବାଚନ ସମୟରେ ସେ ବିଜେଡି ପାଇଁ କାମ କରୁଥିବା ବିଜେପି ଅଭିଯୋଗ କରିଥିଲା । ଏମିତି କି ତାଙ୍କ ଛୁଟିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଅସୁସ୍ଥତା ଦର୍ଶାଇ ସେ ଛୁଟି ନେଇଥିବାରୁ, ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆଉ ସେ ସମ୍ପୂର୍ଣ୍ଣ ଥିବା ଜାଣିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ ।