ରିୟା ଦେଙ୍କ ଘରେ ବିଡ଼ାନାସୀ ପୋଲିସ; ସହାୟିକାଙ୍କୁ ନିର୍ଯାତନା ଓ ମାଡ଼ ମାମଲାରେ ପତି ଓ ପତ୍ନୀଙ୍କୁ ଜେରା

0

ଭୁବନେଶ୍ଵର (ଆମ ଟିଭି):  ପୋଲିସ ଜେରାର ଶିକାର ହେଲେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ ସୁନୀଲ । ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ମାମଲାରେ ଉଭୟଙ୍କୁ ପୋଲିସ ଜେରା କରିଛି । ବିଡାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି । ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ଏହାପରେ ତଦନ୍ତ ଆରମ୍ଭ ହୋଇଛି । ସେହିପରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ନିଜ ଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରିୟାଙ୍କ ଘରେ କାମ କରୁଥିବା ନାବାଳିକା ଜଣକ ଦେଢ ବର୍ଷ ହେବ କାମ କରୁଥିଲେ । ନାବାଳିକାଙ୍କ ଘର ସମ୍ୱଲପୁର । ୮ ତାରିଖ ଦିନ ନାବାଳିକା ଜଣଙ୍କ ଘରୁ କେଉଁଆଡୁ ପଳାଇଯାଇଥିଲେ । ପରେ ରିୟା ଏବଂ ତାଙ୍କ ସ୍ବାମୀ ୯ ତାରିଖରେ ବିଡାନାସୀ ଥାନାରେ ସହାୟିକା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ । ପରେ ଚନ୍ଦ୍ରଶେଖରପୁର ଥାନାରେ ସହାୟିକା ଜଣଙ୍କ ରିୟା ଏବଂ ସୁନୀଲଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.