ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ତରଫରୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ*
ଦେଶ ରେ ଭରି ରହିଥିବା ବିଶାଳ ଯୁବ ସାମର୍ଥ୍ୟକୁ ପୁଞ୍ଜିକରି ଦକ୍ଷତା ବିକାଶ ସୁଯୋଗ ସୃଷ୍ଟି ସହ ଵିଶ୍ଵ ର ଚାହିଦା ପୂରଣ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ରେ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି କରାଇବା ପ୍ରତି ସଚେତନତା ସୃଷ୍ଟି କରିବା ସହ “ବିଶ୍ୱ ଯୁବ ଦକ୍ଷତା ଦିବସ” ଭାରତ ବିକାଶ ପରିଷଦ ଏବଂ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପୁରୀ ର ମିଳିତ ଆନୁକୂଲ୍ୟ ରେ ଶିଳ୍ପ ତାଲିମ ପ୍ରତିଷ୍ଠାନ ମଧ୍ୟରେ ବୃକ୍ଷରୋପଣ ଏବଂ ସଚେତନତା ଶିବିର ମାଧ୍ୟମରେ ପାଳିତ ହୋଇ ଯାଇଛି।
ଶିଳ୍ପ ତାଲିମ ପ୍ରତିଷ୍ଠାନ ର ମୁଖ୍ୟ ପ୍ରଶିକ୍ଷକ ମନୋଜ କୁମାର ଦାସ ଉଦ୍ଘାଟକ ଭାବେ ଯୋଗ ଦେଇଥିବାବେଳେ ଭାରତ ବିକାଶ ପରିଷଦ ର କ୍ଷେତ୍ରୀୟ ମହା ସଚିବ ପୁର୍ଣ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଏବଂ ପ୍ରାନ୍ତୀୟ ମହା ସଚିବ ସୌମେନ୍ଦ୍ର ଦାସ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ କୌଶଳ ବିକାଶ ସମ୍ପର୍କରେ ସଚେତନତା କରାଇବା ସହ ଯୁବକ ମାନଙ୍କୁ କୁଶଳୀ,ପୁନଃ କୁଶଳୀ ହେବା ସହ ନିଜର କୌଶଳ ସାମର୍ଥ୍ୟ କୁ ବଢ଼ାଇବା ନିମନ୍ତେ ଆହ୍ୱାନ କରିଥିଲେ।ଏହି ଅବସରରେ ଅତିଥି ମାନେ ଯୁବକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜିର ବିଶ୍ୱ ହେଉଛି ଯୁବକମାନଙ୍କ ବିଶ୍ୱ ଏବଂ ଯୁବକ ମାନଙ୍କ ପାଖରେ ସଦାବେଳେ ନୂଆ ନୂଆ କୌଶଳ କରିବା ର ସାମର୍ଥ୍ୟ ଭରି ରହିଛି।ଭାରତ ର ପ୍ରାୟ ୪୫ ପ୍ରତିଶତ ଜନସଂଖ୍ୟା ଯୁବକ।ଦକ୍ଷତା ହେଉଛି ଯୁବକ ମାନଙ୍କ ପାଇଁ ଏକ ଈଶ୍ୱରୀୟ ଦାନ ତାହା ନିଜେ ନିଜକୁ ହିଁ ଉପହାର ଭାବେ ଦେଇ ପାରିବେ।ଦକ୍ଷତା କୁ ପୁଞ୍ଜି କରି ଦେଶର ସାମର୍ଥ୍ୟ ବଢ଼ିପାରିବ ଏବଂ ଯୁବକ ମାନଙ୍କ ଦକ୍ଷତା ବା କୌଶଳ କୁ ସୁଯୋଗ ରେ ପରିଣତ କରିବା ର ଆଵଶ୍ୟକତା ରହିଛି।ବିଶ୍ୱ ରେ ଦ୍ରୁତ ବେଗ ରେ ବଢୁଥିବା ବ୍ୟବସାୟିକ ବାତାବରଣ ଓ ବଜାର ସ୍ଥିତି ରେ ଘଟୁଥିବା ପରିବର୍ତ୍ତନ ରେ ଯୁବକ ମାନେ ନିଜକୁ ଦକ୍ଷ,ଯୋଗ୍ୟ ଏବଂ ଉପଯୋଗୀ କରାଇ ପାରିଲେ ବ୍ୟାପକ ନିଯୁକ୍ତି ସୃଷ୍ଟି ର ସମ୍ଭାବନା ରହିଛି ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପରିସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା।
ଶାଖା ସଚିବ ସନ୍ତୋଷ କୁମାର ମହାନ୍ତି ଙ୍କ ପରିଚାଳନା ଏବଂ ପର୍ଯ୍ୟାବରଣ ସଂଯୋଜକ ପତିତପାବନ ସାମନ୍ତରାୟ ଙ୍କ ସଂଯୋଜନା ରେ ସତ୍ୟଜିତ ସାର, ପିତାମ୍ବର ମହାପାତ୍ର,ରାଜେଶ୍ୱର ମହାରଣା,କିଶୋର କୁମାର ପଟନାୟକ,ନିମାଇଁ ସାହୁ,ଅବନୀ ବଲ୍ଲଭ ଦତ୍ତ,,ପ୍ରାନ୍ତ ସଙ୍ଗଠନ ସଚିବ ରାମ ଚନ୍ଦ୍ର ଦଳାଇ,କ୍ଷେତ୍ରୀୟ ମହିଳା ଓ ବାଲ ବିକାଶ ସଚିବ ସୁପ୍ରିତି ରଥ ,ଅନିତା ଜଗଦେଵ,ମୀରା ମହାରଣା,କବିତା ପଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।