ରାଜ୍ୟରେ ୧୮,୦୦୦ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇବେ; ଗ୍ରାମାଞ୍ଚଳ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଉପରେ ଦିଆଯିବ ଗୁରୁତ୍ୱ: ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ଵର (ଆମ ଟିଭି); ପ୍ରାଥମିକ ପର୍ୟ୍ୟୟରେ ଗ୍ରାମାଞ୍ଚଳରେ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ଗୁରୁତ୍ୱ ଦେବ। ଯେଉଁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି ସେଠି ଶିକ୍ଷକ ନିଯୁକ୍ତି ପାଇବେ। ବିଭାଗ ଏନେଇ ପଦକ୍ଷେପ ନେଉଛି। ଯେଉଁଠି ଶିକ୍ଷକ ପଦବୀ ଖାଲି ପଡ଼ିଛି ସେଠାରେ ପ୍ରାଥମିକ ପର୍ଯ୍ୟାୟରେ ଶିକ୍ଷକ ନିଯୁକ୍ତି ଦିଆଯିବ । ଫଳରେ ଡ୍ରପଆଉଟ୍ ସଂଖ୍ୟା ମଧ୍ୟ କମିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଯଦି କୌଣସି ସ୍ଥାନରୁ ନକଲି ଶିକ୍ଷକ ଘଟଣା ସାମ୍ନାକୁ ଆସେ ତାହା ଉପରେ ତଦନ୍ତ କରାଯିବ । ଏହାସହ ଅନେକ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ସ୍କୁଲ ନଥିବାରୁ ଏବଂ ସ୍କୁଲ ଦୂରରେ ହୋଇଥିବାରୁ ପିଲାମାନେ ଅଧାରୁ ପାଠପଢା ଛାଡିଦେଉଥିବା ଲକ୍ଷ୍ୟ କରାଯାଉଛି । ଏହି ସମସ୍ୟାକୁ ଦୂରେଇବାକୁ

ପ୍ରଥମ ପର୍ୟ୍ୟାୟରେ ୧୦ଟି ସ୍କୁଲକୁ ଅପଗ୍ରେଡ କରାଯିବ । ଏହାସହ ପିଲାମାନଙ୍କ ପାଠପଢା, ହଷ୍ଟେଲ ଓ ଖାଦ୍ୟର ମାନ ଯାଞ୍ଚ କରିବେ ବିଭାଗୀୟ ଅଧିକାରୀ ଓ ସଚିବ। ପିଲାମାନେ ପାଠ ପଢିବାକୁ ଉତ୍ସାହିତ କରିବାକୁ ବିଭାଗ ପଦକ୍ଷେପ ନେବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Leave A Reply

Your email address will not be published.