ଜିମ୍ବାୱେକୁ ତାର ନିଜ ମାଟିରେ ହରାଇବା ପରେ ଏବେ ଭାରତୀୟ ଟିମର ପରବର୍ତ୍ତୀ ମିଶନ ହେଉଛି ଶ୍ରୀଲଙ୍କା । ଏଥିପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହୋଇଛି । ଶ୍ରୀଲଙ୍କାରେ ଭାରତୀୟ ଟିମ ୩ଟି ଏକଦିବସୀୟ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଟି-ଟ୍ୱେଣ୍ଟି ପାଇଁ ବିସିସିଆଇ ଟିମ୍ ଭାରତୀୟ ଦଳ ଘୋଷଣା କରିଛି । ସୂର୍ଯ୍ୟ କୁମାର ଯାଦବ ଟି-ଟ୍ୱେଣ୍ଟି ଟିମର ଅଧିନାୟକ ହେବେ । ଶୁଭମନ ଗିଲ୍ ଉପଅଧିନାୟକ ହେବେ ।
ଏହା ବ୍ୟତୀତ ୱିକେଟ କିପର ଋଷଭ ପନ୍ଥଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ରିଆନ ପରାଗଙ୍କୁ ଏକଦିବସୀୟ ଓ ଟି-ଟ୍ୱେଣ୍ଟିରେ ସୁଯୋଗ ଦିଆଯାଇଛି । ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ନିକଟରେ ଭାରତୀୟ ଟିମ ଜିମ୍ୱାଓ୍ୱେକୁ ଟି-ଟ୍ୱେଣ୍ଟି କ୍ରିକେଟରେ ୪-୧ରେ ହରାଇଥିଲା । ଏହାପୂର୍ବରୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା । ଶ୍ରୀଲଙ୍କା ଗସ୍ତ ସମୟରେ ରୋହିତ ଶର୍ମା ଏକଦିବସୀୟ ଟିମର ନେତୃତ୍ୱ ନେବେ । ୨୭ ଜୁଲାଇରୁ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ଆରମ୍ଭ ହେବ । ପ୍ରଥମେ ୩ଟି ଟି- ଟ୍ୱେଣ୍ଟି ମ୍ୟାଚ ଖେଳାଯିବ ।
୨୭, ୨୮ ଓ ୩୦ ଜୁଲାଇରେ ଟି- ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ସେହିଭଳି ୨ ଅଗଷ୍ଟରୁ ଏକଦିବସୀୟ ସିରିଜ ଆରମ୍ଭ ହେବ । ୪ ଓ ୭ ତାରିଖରେ ଦ୍ୱିତୀୟ ଓ ତୃତୀୟ ଏକଦିବସୀୟ ମ୍ୟାଚ ଖେଳାଯିବ । ନୂଆ ମୁଖ୍ୟ କୋଚ ଗୌତମ ଗାମ୍ଭୀରଙ୍କ ଏହା ପ୍ରଥମ ଗସ୍ତ ହେବ ।