ନୂଆଦିଲ୍ଲୀ (ଆମ ଟିଭି): ଟ୍ରେନି ଆଇଏସସ୍ ପୂଜା ଖେଡକରଙ୍କୁ ନେଇ ଚାଲିଥିବାଥିବା ବିବାଦ ମଧ୍ୟରେ ଏବେ ୟୁପିଏସସି ପରୀକ୍ଷାର ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି ।
ପ୍ରିୟଙ୍କା ତାଙ୍କ ପୋଷ୍ଟରେ ଲେଖିଛନ୍ତି । ୟୁପିଏସସି ପରୀକ୍ଷା ହେଉଛି ଦେଶର ସବୁଠାରୁ ବଡ଼ ପରୀକ୍ଷା ଏବଂ ଏଥିରେ ସଫଳ ହେଇଥିବା ଛାତ୍ର, ଛାତ୍ରୀମାନେ ଶାସନ ବ୍ୟବସ୍ଥାର ଗୁତୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟନ୍ତି । ଦେଶର କୋଟି କୋଟି ଲୋକମାନଙ୍କ ବିଶ୍ୱାସ ଏବଂ ଆମେ ଦୈନନ୍ଦିନ ଶାସନର କାର୍ଯ୍ୟକାରିତା ଏହି ଅନୁଷ୍ଠାନର ବୃତ୍ତିଗତ ବ୍ୟବସ୍ଥା ସହିତ ଜଡିତ ।