ଶଙ୍ଖ ଭବନର ହେବ ତଦନ୍ତ: ମନ୍ତ୍ରୀ କହିଲେ ବେଆଇନ ନିର୍ମାଣର କରାଯିବ ଖୋଳତାଡ଼

0

ଭୁବନେଶ୍ଵର (ଆମ ଟିଭି ); ରାଜଧାନୀର ଛାତି ଉପରେ ଛିଡାହୋଇଛି ଶଙ୍ଖଭବନ। ପୂର୍ବ ସରକାରରେ ଥିବା ବିଜୁ ଜନତା ଦଳ ବେଶ ବିଳାଶପୂର୍ଣ୍ଣ ଭାବେ ନିର୍ମାଣ କରିଥିଲା ପାର୍ଟି ଅଫିସ। ହେଲେ ଏବେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଶଙ୍ଖ ଭବନ ଉପରେ ଆଖି ପକାଇଛି। ବେଆଇନ ଭାବେ ଶଙ୍ଖ ଭବନ ନିର୍ମାଣ ହୋଇଛି ଏବଂ ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର।

ବିଜେଡିର ମୁଖ୍ୟାଳୟ ଶଙ୍ଖ ଭବନ। ରାଜଧାନୀର ଛାତି ଉପରେ ନିର୍ମାଣ ହୋଇଥିବା ଏହି ବିଶାଳ ଭବନ ଉପରେ ବେଆଇନ ନିର୍ମାଣ ଅଭିଯୋଗ। ଅଭିଯୋଗ ହୋଇଛି, ଆଇନକୁ ମୋଡ଼ି ମକଚି ‘ସଡ଼କ’କୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଶାଳ ଶଙ୍ଖ ଭବନ। ଆଉ ଏହି ମୂଲ୍ୟବାନ ଜାଗାକୁ ସରକାରଙ୍କ ଠାରୁ ଶାଗମାଛ ଦରରେ ନେଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.