ନୂଆଦିଲ୍ଲୀ (ଆମ ଟିଭି); ଶୁକ୍ରବାର ମଧ୍ୟାହ୍ନରେ ହଠାତ କ୍ରାସ ହୋଇପଡିଛି ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ । ଆମେରିକାର ଫ୍ରଟିଅର ଏୟାଇଲାଇସେନ୍ସ କାର୍ୟ୍ୟ ବାଧାପ୍ରାପ୍ତ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଧିରେ ଧିରେ ଅନ୍ୟ ଦେଶର ବିମାନ ସେବା ପ୍ରଭାବିତ ହେଉଥିବା ଜଣାପଡିଥିଲା । ଅନେକ ଦେଶରେ ବିମାନ, ମେଡିକାଲ, ଷ୍ଟକ ଏକ୍ସଚେଂଜ, ରେଳ, ପ୍ରସାରଣ ପରି ଯେଉଁ ଗୁଡିକ ଅନଲାଇନ ସେବା ପ୍ରଦାନ କରାଯାଏ ସେଗୁଡିକ ଅଧିକ ପ୍ରଭାବିତ ହୋଇପଡିଛି । ମାଇକ୍ରୋସପ୍ଟ ପକ୍ଷରୁ ଘଟଣା ବାବଦରେ ଏକ ବିବୃତି ଜାରି କରାଯାଇଛି ।ୟୁଜରର୍ସଙ୍କ କମ୍ପ୍ୟୁଟର ଓ ଲାପଟପରେ ନିଳରଙ୍ଗର ସ୍କ୍ରିନ ଦୃଶ୍ୟମାନ ହୋଇଛି । ମେସିନ ବାରମ୍ବାର ରିଷ୍ଟାର୍ଟ ଓ ସଟଡାଉନ ହେଉଛି । କ୍ରାଉଡ ଷ୍ଟ୍ରାଇକ ଅପଡେଟ ଏହାର ମୁଖ୍ୟ କାରଣ ।
କ୍ରାଉଡ ସିକ୍ୟୁରିଟି କ’ଣ?
କ୍ରାଉଡ ସିକ୍ୟୁରିଟି ଏକ ସାଇବର ସିକ୍ୟୁରିଟି ପ୍ଲାଟଫର୍ମ । ଏହା ୟୁଜର୍ସଙ୍କୁ ସିକ୍ୟୁରିଟି ସଲ୍ୟୁସନ ଦେଇଥାଏ । ସର୍ଭର କ୍ରାସ ପରେ ମେସିନର ସ୍କ୍ରିନ ନୀଳ ରଙ୍ଗ ହୋଇଥାଏ । କ୍ରାଉଡ ଷ୍ଟ୍ରାଇକରେ ଏକ ଆଟିଂଭାଇରସ ଅପଡେଟ କରିବା ଆବଶ୍ୟକ । ଠିକ ସମୟରେ ଏହାକୁ ଅପଡେଟ ନକରାଗଲେ ସର୍ଭର କ୍ରାସ ଭଳି ସମସ୍ୟା ଦେଖାଦିଏ ।