ବୁଲା କୁକୁର ନିୟନ୍ତ୍ରଣ ପାଇଁ ଯୋଜନା କରିବେ ୭ ଆଇଏଏସ୍‌ ଅଫିସର

0

ଭୋପାଳ (ଆମ ଟିଭି): ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଜନିତ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର଼୍ୟାଙ୍କର ୭ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଶନିବାର ନିଯୁକ୍ତି ଦେଇଛନ୍ତି। ଏହି ୭ ଅଧିକାରୀଙ୍କ କମିଟି ରାଜ୍ୟରେ କୁକୁରମାନଙ୍କର ବଢ଼ୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ସେହିପରି ଏହି କମିଟି ବୁଲା କୁକୁର ଆତଙ୍କକୁ ରୋକିବା ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତକରି ଜିଲା ସ୍ତରରେ କାର୍ଯ୍ୟକାରୀ କରିବ।

ତେବେ ମଧ୍ୟପ୍ରଦେଶର ବିଭିନ୍ନ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ କୁକୁର କାମୁଡ଼ା ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ରାଜଧାନୀ ଭୋପାଳର ବିଭିନ୍ନ ହସ୍ପିଟାଲରୁ ପ୍ରତ୍ୟେକ ଦିନ ହାରାହାରି ୫୫ଟି କୁକୁର କାମୁଡ଼ା ମାମଲା ସାମ୍‌ନାକୁ ଆସୁଛି। ୨୦୨୨ରେ ଭୋପାଳରେ ସମୁଦାୟ ୮,୧୨୨ କୁକୁର କାମୁଡ଼ା ଘଟଣା ଘଟିଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ଦୁଇଗୁଣିତ ହୋଇ ୧୬,୩୮୭ରେ ପହଞ୍ଚିଥିଲା। ସେହିପରି ଚଳିତ ବର୍ଷର ପ୍ରଥମ ୫ ମାସରେ ୭,୭୨୮ କୁକୁର କାମୁଡ଼ା ମାମଲା ଭୋପାଳର ବିଭିନ୍ନ ହସ୍ପିଟାଲରୁ ରେକର୍ଡ ହୋଇଛି।

Leave A Reply

Your email address will not be published.