ଆଜିଠାରୁ ସଂସଦର ବଜେଟ ଅଧିବେଶନ : ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ହେବ ଉପସ୍ଥାପିତ, ଆସନ୍ତାକାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

0

ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୬ ଟି କାର୍ୟ୍ୟଦିବସ ରହିଛି। ଆସନ୍ତାକାଲି ଦେଶର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ତା’ପୂର୍ବରୁ ଆଜି ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହେବ।

ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ସମେତ ଫାଇନାନ୍ସ ବିଲ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଲ୍, ଦି କଫି ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ବଜେଟ ଅଧିବେଶନ ପୂର୍ବରୁ ଗତକାଲି ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଜେପି ସମେତ ୪୪ଟି ରାଜନୈତିକ ଦଳର ୫୫ ଜଣ ନେତା ସାମିଲ ହୋଇଥିଲେ । ବୈଠକରେ ୟୁପିରେ କାଉଡି ଯାତ୍ରା, ନାମଫଳକ ବିବାଦ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠିଛି । କଂଗ୍ରେସ ଲୋକସଭାର ଉପ ବାଚସ୍ପତି ପଦ ଦେବାକୁ ଦାବି କରିଥିବା ବେଳେ ନିଟ୍ ପରୀକ୍ଷା ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଦାବି କରିଛି । ବିଜେଡି ମଧ୍ୟ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଛି ।

Leave A Reply

Your email address will not be published.