ଆଜି ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ବଜେଟ

0

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଲୋକ ସଭାରେ ୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହା ନିର୍ମଳାଙ୍କର କ୍ରମାଗତ ସପ୍ତମ ବଜେଟ ହୋଇଥିବାବେଳେ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ବଜେଟ। ଏନ୍‌ଡିଏ ସରକାରଙ୍କ ବିକଶିତ ଭାରତ ସ୍ବପ୍ନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ବଜେଟରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇପାରନ୍ତି। ବିଶେଷ କରି ଆୟକର ଛାଡ଼ ଏବଂ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବଢ଼ାଇବା ଲାଗି ସେ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ରିଏଲ୍‌ ଇଷ୍ଟେଟ୍‌ ସେକ୍ଟର ମଧ୍ୟ ବଜେଟରୁ ଟିକସ ରିହାତି ପାଇବା ପାଇଁ ଆଶା ରଖିଛି।

Leave A Reply

Your email address will not be published.