ନବୀନଙ୍କୁ ଗିରଫ କରିବାକୁ ମୁକେଶଙ୍କ ଦାବି

0

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଦାବି କରିଛନ୍ତି। ମଙ୍ଗଳବାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ସେ କହିଛନ୍ତି ଯେ, ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ମହାଲିଙ୍ଗଙ୍କ ଦାବି ହାସ୍ୟାସ୍ପଦ। ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜିର ନାହିଁ।

Leave A Reply

Your email address will not be published.