ମଳତ୍ୟାଗ କାରଣରୁ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

0

ଶ୍ରୀମନ୍ଦିର ଭିତରେ ଜଣେ ବୟସ୍କା ବୃଦ୍ଧା ମଳତ୍ୟାଗ କରିଦେବା କାରଣରୁ ଶ୍ରୀବିଗ୍ରହମାନଙ୍କ ବଡ଼ ମହାସ୍ନାନ ନୀତି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ୨ଟା ୫୫ ମିନିଟ୍‌ରେ ଶେଷ ହେବା ପରେ ଭିତର କାଠ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ଭିତର କାଠ ନିକଟରେ ଦର୍ଶନ କରିବା ସମୟରେ ଜଣେ ବୃଦ୍ଧା ଜୟ ବିଜୟ ଦ୍ୱାରଠାରୁ ବେହେରଣ ଦ୍ୱାର ପର୍ଯ୍ୟନ୍ତ ମଳତ୍ୟାଗ କରି କରି ଚାଲିଯିବା ଦୃଷ୍ଟିକୁ ଆସିଥିଲା। ମଳ ପଡ଼ିଥିବା ଦେଖିବା ପରେ ସଙ୍ଗେ ସଙ୍ଗେ ଦର୍ଶନ ବନ୍ଦ ହୋଇ କବାଟ ବନ୍ଦ କରାଯାଇଥିଲା। ଏହାପରେ ବଡ଼ ମହାସ୍ନାନ ପାଇଁ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯିବା ସହ ସିଂହାସନ, ଭିତରକାଠ ଧୁଆ ହୋଇ ଚୂନପାଣି ପଡ଼ିଥିଲା। ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅପରାହ୍ନ ୫ଟା ୫ମିନିଟ୍‌ରେ ସମ୍ପନ୍ନ ହୋଇଥିଲା। ଏଥିପାଇଁ ପ୍ରାୟ ପାଖାପାଖି ୨ ଘଣ୍ଟା ନୀତି ବିଳମ୍ବ ହୋଇଥିଲା। ଏହାସହ ଅନ୍ୟାନ୍ୟ ନୀତିରେ ବିଳମ୍ବ ପରିଲକ୍ଷିତ ହୋଇଥିଲା। ମହାସ୍ନାନ ନୀତି ପରେ ପୁନର୍ବାର ଦର୍ଶନ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.