ମୋହନ ସରକାରଙ୍କ ଆଜି ତୃତୀୟ କ୍ୟାବିନେଟ ବୈଠକ; ବଜେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

0

ଭୁବନେଶ୍ବର (ଆମ ଟିଭି): ଆଜି ରାଜ୍ୟ କ୍ୟାବିନେଟର ଗରୁତ୍ବପୂର୍ଣ୍ଣ ବୈଠକ। ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ରାଜ୍ୟ ବଜେଟ ଆସିବା ପୂର୍ବରୁ କ୍ୟାବିନେଟ ବୈଠକ ବସୁଥିବା ବେଳେ ଏହା ବେଶ ଗରୁତ୍ବପୂର୍ଣ୍ଣ ରହିବ। କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ୪ରୁ ୫ଟି ଏଜେଣ୍ଡା ଉପରେ ମୋହର ବାଜିବା ନେଇ ଆଶା କରଯାଉଛି।

ତେବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଏହା ହେବ ତୃତୀୟ କ୍ୟାବିନେଟ ବୈଠକ। ପୂର୍ବରୁ ଦୁଇଟି କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୋହନ ମାଝୀ । ଏହି ଦୁଇଟି ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି । ବିଧାନସଭା ଚାଲୁଥିବା ସମୟରେ କ୍ୟାବିନେଟ ବୈଠକ ବସୁଥିବାରୁ ଏହା ବେଶ ଗୁରୁତ୍ବପୂର୍ଣ୍ଣ । କ୍ୟାବିନେଟରେ କଣ ନିଷ୍ପତ୍ତି ହେଲା ସେନେଇ ମୁଖ୍ୟମନ୍ତ୍ରୀ କିମ୍ବା ସଂସଦୀୟ ବ୍ୟାପାରମନ୍ତ୍ରୀ ଆସନ୍ତାକାଲି ବିଧାନସଭାରେ ବିସ୍ତୁତ ସୂଚନା ଦେବେ ।

Leave A Reply

Your email address will not be published.