ଭୁବନେଶ୍ୱରରେ ଚାଞ୍ଚଲ୍ୟ ; ରେଳଧାରଣାକୁ ଡେଇଁ ସାମ୍ବାଦିକାଙ୍କ ଆତ୍ମହତ୍ୟା , ଭାଇରାଲ ହେଉଛି ଆତ୍ମହତ୍ୟା ପୁର୍ବର ଭିଡିଓ

0

ଭୁବନେଶ୍ଵର (ଆମ ଟିଭି ): ଟ୍ରେନରେ କଟି ଜୀବନ ହାରିଲେ ୱେବ୍ ସାମ୍ବାଦିକା । ତାଙ୍କ ନାଁ ମଧୁମିତା ପରିଡା ବୋଲି ଜଣାପଡିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା । ଭୁବନେଶ୍ୱର ବାପୁଜୀନଗରରୁ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମଧୁମିତା କିଛି ଦିନ ହେବ ବିବାହ କରିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ଏହି ବିବାହ ହୋଇଥିଲା । ଆତ୍ମହତ୍ୟା ପୂର୍ବରୁ ମଧୁମିତା ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସେ ଭିଡିଓରେ କହିଛନ୍ତି । ଘଟଣାସ୍ଥଳରେ ମଧୁମିତାଙ୍କ ପରିବାର ଓ ମଧୁମିତାଙ୍କ ସ୍ୱାମୀ ପହଞ୍ଚିଥିଲେ ।

Leave A Reply

Your email address will not be published.