ରତ୍ନଭଣ୍ଡାର ଭିତରେ ଅଛିକି ଗୁପ୍ତ ସୁଡଙ୍ଗ, କାହିଁକି ଏମିତି କହିଲେ ଜଷ୍ଟିସ ରଥ?

0

ଭୁବନେଶ୍ୱର(ଆମ ଟିଭି): ଭିତର ରତ୍ନଭଣ୍ଡାର ଭିତରେ ସୁଡଙ୍ଗ ଅଛି, ଓ ତା’ ଭିତରେ ଆହୁରି ଅଧିକ ମୂଲ୍ୟବାନ ଅଳଙ୍କାର ରହିଛି। ପୂର୍ବରୁ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ, ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟା ଅଧିକ ରହସ୍ୟ ବଢ଼ାଇଛି ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଜଷ୍ଟିସ ରଥ କହିଥିଲେ ରତ୍ନଭଣ୍ଡାର ଭିତରେ ଗୁପ୍ତଧନ ଅଛି କି ନାହିଁ ତାହାର ଯାଞ୍ଚ କରାଯିବ। ରତ୍ନଭଣ୍ଡାରରେ ଗୁପ୍ତଧନ ରହିଥିବା ନେଇ ଅନେକ ସେବାୟତ ପୂର୍ବରୁ କହି ଆସିଛନ୍ତି। ଏପରିକି ଏକ ଗୁପ୍ତ ସୁଡଙ୍ଗ ରତ୍ନଭଣ୍ଡାରକୁ ଲାଗି ରହିଥିବାବେଳେ ଏଥିରେ ଅମୂଲ୍ୟ ରତ୍ନ ରହିଥିବା ଚର୍ଚ୍ଚା ହେଉଛି । ଅନୁସନ୍ଧାନ ପରେ ଏହି ଚର୍ଚ୍ଚାର ସତ୍ୟତା ସାମ୍ନାକୁ ଆସିଛି।

ଅନ୍ୟପକ୍ଷେ ଖାଲିଥିବା ସିନ୍ଦୁକ ଓ ଆଲମାରିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଗୁପ୍ତ ସୁଡଙ୍ଗ ଖେଜାଯିବ। ରତ୍ନଭଣ୍ଡାରର ମରାମତି ପରେ ଗଣତି ହେବ।

Leave A Reply

Your email address will not be published.