ଅଜିତ ଡୋଭାଲଙ୍କୁ ଭେଟିଲେ ଶେଖ୍ ହସିନା

0

ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅତର୍କିତ ଭାବେ ଭାରତ ଚାଲଥିବା ଆସିଥିବା ଶେଖ ହସିନା ଆଜି ଗାଜିଆବାଦ ଏୟାରବେସ୍‌ରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି।

ହସିନା ଅପରାହ୍ନ ୫.୩୬ ମିନିଟରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‌ରେ ଲ୍ୟାଣ୍ଡ କରିଥିଲେ। ତାଙ୍କ ହେଲିକପ୍ଟର ଏଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ବାୟୁସେନାର ଅଧିକାରୀମାନେ ସ୍ୱାଗତ କରିଥିଲେ। ଏଠାରୁ ସେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବେ। ସେଠାରେ ସେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଛି।

ବ୍ରିଟେନରେ ସେ ରାଜନୀତିକ ଆଶ୍ରୟ ପାଇଁ ଆବେଦନ କରିବେ। ଏହାପୂର୍ବରୁ ଦେଶର ସ୍ଥିତି ସମ୍ପର୍କରେ ସେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ଏୟାରବେସ୍‌ ନିକଟରେ ବେଶ କିଛି ସମୟ କଥାବାର୍ତ୍ତା ହୋଇଥିଲା।

ଅନ୍ୟପପକ୍ଷରେ ବାଂଲାଦେଶ ସ୍ଥିତି ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଅବଗତ କରାଇଛନ୍ତି। ରାହୁଲଙ୍କ ସହ ଜୟଶଙ୍କର ବିସ୍ତୃତ ଭାବେ ଘଟଣା ସମ୍ପର୍କରେ କଥା ହୋଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବାଂଲାଦେଶ ସ୍ଥିତି ସମ୍ପର୍କରେ ଅବଗତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ଡାକିଛନ୍ତି।

ସୁରକ୍ଷା କ୍ୟାବିନେଟରେ ଥିବା ସମସ୍ତ ମନ୍ତ୍ରୀ ଓ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ। ବାଂଲାଦେଶରେ ଅରାଜକତା ବୃଦ୍ଧି ପାଇଥିବାରୁ ଏହା ଭାରତ ଉପରେ ପଡ଼ିବାର ଆଶଙ୍କା ରହିଛି। କାରଣ ଭାରତର ସୀମାକୁ ବାଂଲାଦେଶ ଲାଗିଛି।

ତେଣୁ ମୋଦି ସୁରକ୍ଷା କ୍ୟାବିନେଟରେ ଏନେଇ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି। ସୀମା ସୁରକ୍ଷା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

Leave A Reply

Your email address will not be published.