ଆଜି ଭାରତକୁ ମିଳିପାରେ ସ଼୍ବର୍ଣ୍ଣ ପଦକ, ଫାଇନାଲ୍‌ରେ ପଦାର୍ପଣ କରିବେ ନୀରଜ

0

ପ୍ୟାରିସ ଅଲିମ୍ପିକ୍ସର ୧୩ତମ ଦିନରେ ଭାରତବାସୀଙ୍କ ନଜର ଜାଭେଲିନ୍‌ ଇଭେଣ୍ଚ ଉପରେ ରହିଛି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋ କରି ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ଅନ୍ୟ ଆଥଲେଟଙ୍କ ତୁଳନାରେ ଜାଭେଲିନ ସବୁଠାରୁ ଅଧିକ ମିଟର ଫିଙ୍ଗିଥିଲେ। ପୁନର୍ବାର ଅଲିମ୍ପିକ ସ଼୍ବର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଆଜି ପଦକ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩ଟି ବ୍ରୋଞ୍ଜ ଜିତି ଥିବାରୁ ନୀରଜଙ୍କ ଠାରୁ ସ଼୍ବର୍ଣ୍ଣ ଆଶା କରାଯାଉଛି ।

ସୂଚନା ଥାଉକି, ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ସେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ନୀରଜଙ୍କ ସହିତ ଥିବା କିଶୋର ଜେନାଙ୍କୁ କିନ୍ତୁ ବିଫଳତା ମିଳିଥିଲା । ଫାଇନାଲରେ ପହଞ୍ଚିବାରେ ତାଙ୍କର ପ୍ରୟାସ ବିଫଳ ହୋଇଥିଲା ।

ତେବେ ଯୋଗ୍ୟତା ପର୍ଯ୍ୟାୟ ପରେ ଅଫିସିଆଲ ବ୍ରଡକାଷ୍ଟରଙ୍କ ସହ କଥାବାର୍ତ୍ତା ବେଳେ ନୀରଜ କହିଥିଲେ ଯେ ମୁଁ ପ୍ୟାରିସକୁ ଯାହା କରିବା ପାଇଁ ଆସିଛି ତାହା କରିବି। ଏହି ମୁହୂର୍ତ୍ତଟି ମୋ ପାଇଁ ସବୁଦିନ ମନେରହିବାକୁ ଯାଉଛି ଏବଂ ମୁଁ ଭାବୁଛି ଏହା ଆଗାମୀ ପୀଢ଼ି ପାଇଁ ମଧ୍ୟ ଅନେକ ପ୍ରେରଣା ଯୋଗାଇବ ।

Leave A Reply

Your email address will not be published.