ଭୁବନେଶ୍ୱର(ଆମ ଟିଭି): ଭୂବନେଶ୍ୱର ମଦନପୁରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ ଅପଂ ଇନ୍ପଂରମେସନ୍ ସାଇନ୍ସ ଆଣ୍ଡ ମ୍ୟାନେଜ୍ମେଣ୍ଟର ନୂତନ ଶିକ୍ଷାବର୍ଷ ପାଇଁ ନବାଗତ ବିବିଏ, ବିସିଏ, ବିଏସ୍ସି (କମ୍ପ୍ୟୁଟର ସାଇନ୍ସ), ବିଏସ୍ସି (ଆଇଟିଏମ୍)ର ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରପଂରୁ ସ୍ୱାଗତ ସମ୍ବର୍ଦ୍ଧନା ଊତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଊକ୍ତ ସ୍ୱାଗତ ଊତ୍ସବରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଊନ୍ନତମାନର ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନେ କିପରି ଆଇଟି ଓ କମ୍ପୁଟର ସାଇନ୍ସ ଶିକ୍ଷା ଗ୍ରହଣ କରି ଊଜ୍ୱଳ ଭବିଷ୍ୟତ ଗଠନ କରିପାରିବେ ତାହା ତାଙ୍କ ବକ୍ତବ୍ୟ ମାଧ୍ୟମରେ ଊଦ୍ବୋଧନ ଦେଇଥିଲେ ।
ଊକ୍ତ ଊତ୍ସବରେ ଅନଷ୍ଠାନର ସହ ପ୍ରତିଷ୍ଠାତା ପ୍ରପେଂସର୍ ସ୍ମୃତିସୁଧା ନାୟକ, ଡେପୁଟି ଡାଇରେକ୍ଟର ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଡକ୍ଟର ଅଜିତ୍ ନାରାୟଣ ମହାନ୍ତି, ଊପାଧ୍ୟକ୍ଷ ପ୍ରପେଂସର ସୂର୍ଯ୍ୟକାନ୍ତ ମହାପାତ୍ର, ଜଏଣ୍ଟ ରେଜିଷ୍ଟ୍ରାର ଡକ୍ଟର ଭବାନୀ ଶଙ୍କର ରଥ, ବିବିଏର ବିଭାଗୀୟ ମୂଖ୍ୟ ପ୍ରପେଂସର୍ ସ୍ଥିତପ୍ରଜ୍ଞ ଦେବଦତ ସାମଲଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିବା ସହ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ନୀତି, ନିୟମ ଓ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ବଳିଷ୍ଠ ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକାଶ ଥାଊକି
ନିସ୍ ଶିକ୍ଷାନୁଷ୍ଠାନର ଦୁଇଗୋଟି କ୍ୟାମ୍ପସ୍ ରହିଅଛି । ପ୍ରଥମଟି ମଦନପୁରଠାରେ ଆଇଟି ଓ ମ୍ୟାନେଜ୍ମେଣ୍ଟର ଶିକ୍ଷାଦାନ ପ୍ରଦାନ କରାଯାଊଥିବା ବେଳେ ଦ୍ୱିତୀୟଟି ଛତାବର ଠାରେ ଡିପ୍ଲୋମା ଓ ଡିଗ୍ରୀ ଇଂଞ୍ଜିନିୟରିଂର ଶିକ୍ଷାଦାନ କରାଯାଊଅଛି ବୋଲି ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରକାଶ କରିଅଛନ୍ତି । ପରିଶେଷରେ ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶପଥ ଗ୍ରହଣ ଊତ୍ସବର ଆୟୋଜନ କରାଯାଇଥିଲା ।