ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସୁଦର୍ଶନ

0

ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗତ ମାସ ୧୨ ତାରିଖରେ ରୁଷିଆର ପିଟର୍ସବର୍ଗଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ସ୍କ୍ଲପ୍‌ଚର ଚାମ୍ପିଅନଶିପରେ ବିଜେତା ହୋଇ ଗୋଲ୍ଡ ମେଡାଲ ଗ୍ରହଣ କରିଥିଲେ ସୁଦର୍ଶନ। ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଜିତିଥିବା ଗୋଲ୍ଡ ମେଡାଲକୁ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇଥିଲେ। ଏନେଇ ସୁଦର୍ଶନ କହିଛନ୍ତି, ଏହା ମୋ ପାଇଁ ଏକ ଖୁସିର ଦିନ। ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରେରଣାଦାୟୀ ଉପଦେଶ ଦେଇଥିଲେ।

Leave A Reply

Your email address will not be published.