ଶେଖ୍ ହସିନାଙ୍କ ଯୋଜନା ବିଷୟରେ ପରଦା ହଟାଇଲେ ପୁଅ ୱାଜିଦ; କହିଲେ ନିର୍ବାଚନ ପାଇଁ ସ୍ୱଦେଶ ଫେରିବେ ମା

0

ନୂଆଦିଲ୍ଲୀ (ଆମ ଟିଭି): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କ’ଣ ହେବ ପରବର୍ତ୍ତୀ ପଦକ୍ଷେପ? ଆଗକୁ କେଉଁଠି ରହିବେ ହସିନା? ଭାରତରେ କେବେ ଯାଏଁ ରହିବେ ଶେଖ ହସିନା? ଅନ୍ୟ କୌଣସି ଦେଶରେ ସେ ଆଶ୍ରୟ ପାଇଁ ଆବେଦନ କରିଛନ୍ତି। ଏବେ ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଖ ହସିନାଙ୍କ ପୁଅ ସଜୀବ ୱାଜେଦ ଜାତୀୟ ଗଣମାଧ୍ୟମ ଏଏନଆଇକୁ ଏକ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ମାଆ କୌଣସି ଦେଶରେ ଶରଣ ପାଇଁ ଆବେଦନ କରିନାହାନ୍ତି। ଏହାକୁ ନେଇ ପ୍ରସାର ହେଉଥିବା ଖବର ମିଛ। ପୂର୍ବରୁ ଶୁଣାଯାଉଥିଲା ଯେ, ଶେଖ ହସିନା ବ୍ରିଟେନରେ ଶରଣ ନେଇ ଆବେଦନ କରିଛନ୍ତି। ହେଲେ ଏଥିରେ ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ତେବେ ଭାରତର ପ୍ରଶଂସା କରିଛନ୍ତି ଶେଖ ହସିନାଙ୍କ ପୁଅ। ସେ କହିଛନ୍ତି ଭାରତ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମା’ଙ୍କ ଜୀବନ ବଂଚାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଏହାସହ ଭାରତରେ ଶେଖ ହସିନାଙ୍କ ଭିସା ସରିଯାଇଥିବା ବୋଲି ଯେଉଁ ଚର୍ଚ୍ଚା ହେଉଛି , ତାକୁ ୱାଜେଦ ଖଣ୍ଡନ କରିଛନ୍ତି। ଶେଖ ହସିନା ଏବେ ଭାରତର ଆଶ୍ରୟ ନେଇଛନ୍ତି। ତେବେ ବାଂଲାଦେଶରେ ଏପରି ହିଂସାକାଣ୍ଡ କେମିତି ଘଟିଲା? ହସିନାଙ୍କ ପୁଅ କହିଛନ୍ତି ଯେ, ଏହି ହିଂସାକାଣ୍ଡ ପଛରେ ବିଦେଶୀ ହାତ ରହିଛି। ବିଦେଶୀ ଗୁଇନ୍ଦା ସଂସ୍ଥା ଏପରି ହିଂସାକାଣ୍ଡକୁ ପ୍ରୋତ୍ସାହିତ କରିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ସେ ପରୋକ୍ଷରେ ଇସାରା କରିଛନ୍ତି। ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏବେ ଅନ୍ତରୀଣ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏହାର ନେତୃତ୍ବ ନେଇଛନ୍ତି।

Leave A Reply

Your email address will not be published.