ସ୍କୁଲ ଉପରେ ଆକ୍ରମଣ , ୧୦୦ରୁ ଅଧିକ ମୃତ ; ପାଲେଷ୍ଟାଇନରେ ଇସ୍ରାଏଲ ଆକ୍ରମଣର ବିଭତ୍ସ ଦୃଶ୍ୟ

0

ନୂଆଦିଲ୍ଲୀ (ଆମ ଟିଭି);  ଇସ୍ରାଏଲ ଓ ହମାସ୍ ମଧ୍ୟରେ ଜୋରଦାର ଯୁଦ୍ଧ ଜାରି ରହିଛି। ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ ବିମାନ। ସେପଟେ ଇସ୍ରାଏଲ ସେନା ମଧ୍ୟ କାର୍ୟ୍ୟାନୁଷ୍ଠାନ ଜାରି ରଖିଛି। ଏସବୁ ଭିତରେ ଚିନ୍ତାଜନକ ଖବର ଆସିଛି। ଗାଜାର ଏକ ସ୍କୁଲରେ ଇସ୍ରାଏଲୀ ଆକ୍ରମଣ ଯୋଗୁଁ ଶହେରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି।

ପାଲେଷ୍ଟାଇନ ଗାଜା ସହରର ବେସାମରିକ ପ୍ରତିରକ୍ଷା ଏଜେନ୍ସି ଏହି ଦାବି କରିଛି। ପୂର୍ବ ଗାଜାର ଦରାଜ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି। ସ୍କୁଲରେ ବିସ୍ଥାପିତ ଲୋକମାନେ ଆଶ୍ରୟ ନେଇଥିଲେ। ସେପଟେ ଇସ୍ରାଏଲ ପକ୍ଷରୁ ମଧ୍ୟ ଏହି ଅକ୍ରମଣ ନେଇ ଖବର ଦିଆଯାଇଛି। ହେଲେ ଏଠାରେ ବିସ୍ଥାପିତ ଲୋକ ନୁହେଁ, ବରଂ ହମାସ ଆତଙ୍କବାଦୀମାନେ ଲୁଚି ରହିଥିଲେ ବୋଲି କୁହାଯାଇଛି। ଗୁରୁବାର ମଧ୍ୟ ଦୁଇଟି ସ୍କୁଲ ଉପରେ ଆକ୍ରମଣ କରିଥିବା ଇସ୍ରାଏଲୀ ବିମାନ। ତେବେ ଇସ୍ରାଏଲ ଦାବି କରିଥିଲା ଯେ, ଉଭୟ ସ୍କୁଲରେ ବିସ୍ଥାପିତ ନୁହେଁ, ବରଂ ହମାସ୍ ଆତଙ୍କବାଦୀ ଆଶ୍ରୟ ନେଇଥିଲେ।

Leave A Reply

Your email address will not be published.