ସୁପ୍ରିୟା ସୁଲେଙ୍କ ଫୋନ୍-ହ୍ବାଟସ୍ ଆପ୍ ହ୍ୟାକ୍

0

ସୁପ୍ରିୟା ସୁଲେଙ୍କ ଫୋନ୍-ହ୍ବାଟସ୍ ଆପ୍ ହ୍ୟାକ୍: ଏକ୍ସ ପୋଷ୍ଟରେ ଲେଖିଲେ ମୋତେ କଲ୍ କିମ୍ବା ମେସେଜ୍ କରନ୍ତୁ ନାହିଁ

LatestLeadingଅପରାଧ

By Sambad Digital Last updated Aug 11, 2024

 

ସେୟାର

ମୁମ୍ବାଇ: ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ଏବଂ ହ୍ବାଟସ୍ ଆପ୍ ହ୍ୟାକ୍ ହୋଇଛି। ସେ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ସାଙ୍ଗ ଏବଂ ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମୋତେ କଲ୍ କିମ୍ବା ମେସେଜ୍ କରନ୍ତୁ ନାହିଁ ।

ADVERTISEMENT

Sportbrief 1

 

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

 

ସାଇବର ସେଲକୁ ଏହି ବିଷୟରେ ସୂଚନା ଦିଆଯାଇଛି। ପୁଲିସ୍‌ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ପୁଲିସ୍ ଏବଂ ସାଇବର ସେଲ ତାଙ୍କ ଫୋନ ରିକଭରି କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତି ଫୋନ୍-ହ୍ବାଟସ୍ ଆପ୍ ହ୍ୟାକ୍ କରିଛନ୍ତି, ତାଙ୍କୁ ଖୋଜାଯାଉଛି। ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି।

 

ସୂଚନାଯୋଗ୍ୟ, ସୁପ୍ରିୟା ସୁଲେ ମହାରାଷ୍ଟ୍ରର ବାରମତି ଲୋକସଭା ନିର୍ବାଚନମଣ୍ଡଳୀର ଜଣେ ସାଂସଦ। ସେ ଏନସିପି ନେତା ଶରଦ ପାୱାରଙ୍କ ଝିଅ। ରବିବାର ସକାଳେ ତାଙ୍କ ଫୋନ୍ ହଠାତ୍ ଆପେ ଆପେ କାମ କରିବା ଆରମ୍ଭ କରିଥିଲା। ପରେ ଜଣାପଡିଥିଲା ଯେ ତାଙ୍କ ଫୋନ୍ ଏବଂ ହ୍ବାଟସ୍ ଆପ୍ ହ୍ୟାକ୍ ହୋଇଛି। ହ୍ବାଟସ୍ ଆପ୍ ମାଧ୍ୟମରେ କିଛି ବାର୍ତ୍ତା ମଧ୍ୟ ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ସେ ନିଜ ଫୋନ୍ ବନ୍ଦ କରି ସିମ୍ କାର୍ଡ କାଢ଼ି ଦେଇଥିଲେ।

Leave A Reply

Your email address will not be published.