ବିଜେଡି ସଭାପତିଙ୍କୁ ଭେଟିଲେ ପୁରୀ, ଭଦ୍ରକ,ନବରଙ୍ଗପୁର ଜିଲା ପ୍ରତିନିଧି

0

ଭୁବନେଶ୍ୱର (ଆମ ଟିଭି): ପୁରୀ ଓ ନବରଙ୍ଗପୁରର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ତଥା ଭଦ୍ରକ ପୌର ପରିଷଦର ସଭ୍ୟମାନେ ସୋମବାର ନବୀନ ନିବାସ ଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ବିଜେଡିକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ସଭାପତିଙ୍କୁ ଜଣାଇଥିଲେ। ଲୋକଙ୍କ ସାଥିରେ ରହି ଦଳର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ପ୍ରତିନିଧି ଦଳରେ ପୁରୀ ବିଧାୟକ ସୁନୀଲ ମହାନ୍ତି, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ, ସଞ୍ଜୟ ଦାସବର୍ମା, ରମେଶ ମାଝୀ, ପୂର୍ବତନ ଏମ୍‌ପି ଝିନ ହିକ୍‌କା ଓ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ଉମା ସାମନ୍ତରାୟ, ରୁଦ୍ର ମହାରଥୀ, ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ, ନିମାପଡା ବିଧାୟକ ପ୍ରାର୍ଥୀ ଦିଲୀପ ନାୟକ ପ୍ରମୁଖ ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜିଲା ପରିଷଦ ସଭ୍ୟମାନେ ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି।

ସେହିପରି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଞ୍ଝାରପୁର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାମାନେ ମଧ୍ୟ ନବୀନଙ୍କୁ ଭେଟି ଓ୍ବକଫ୍‌ ବୋର୍ଡ ସଂଶୋଧନ ବିଲ୍‌ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ବାର୍ଥ ସୁରକ୍ଷା ପାଇଁ ବିଜେଡି ଲଢ଼େଇ ଜାରି ରଖିବ ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.