ମାଦକ ଦ୍ରବ୍ୟରେ ସାମିଲ ହେଲା ଭାଙ୍ଗ; ଅବକାରୀ ବିଭାଗର ବଡ଼ ଘୋଷଣା

0

ଭୁବନେଶ୍ବର (ଆମ ଟିଭି): ଏଣିକି ନିଶାଦ୍ରବ୍ୟ ତାଲିକାରେ ଗଣାହେବ ଭାଙ୍ଗ। ଏ ନେଇ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି, ବିଶୃଙ୍ଖଳା, ଶତ୍ରୁତା, ବିକୃତି , ମତିଭ୍ରମ ଓ ଚିନ୍ତାଶକ୍ତି ହରାଇବାର କାରଣ ହୋଇଥାଏ ଭାଙ୍ଗ ।

ତେଣୁ ଆଇନରେ ଥିଲା ପ୍ରାବଧାନ ଓ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ତେବେ ଭାଙ୍ଗ ବିକ୍ରି ଓ ବ୍ୟବହାରକୁ ନେଇ ଅବକାରୀ ବିଭାଗ କୌଣସି ସ୍ପଷ୍ଟ କରିନଥିବା କହିଛନ୍ତି ନିଶାମୁକ୍ତ କର୍ମୀ । ରାଜ୍ୟ ସରକାର ଏ ନେଇ ସ୍ପଷ୍ଟ କରନ୍ତୁ ବୋଲି ଦାବି ହୋଇଛି ।

Leave A Reply

Your email address will not be published.