ଗୁଜୁରାଟରେ ଆପ୍ ସରକାର ଆସିଲେ ମହିଳାଙ୍କୁ ମିଳିବ ମାସିକ ୧୦୦୦ ଟଙ୍କା: କେଜ୍ରିୱାଲ

0

ଅହମ୍ମଦାବାଦ (ଆମ ଟିଭି): ଗୁଜୁରାଟରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହେଲାଣି । ସବୁ ରାଜନୈତିକ ଦଳ ସେମାନଙ୍କ ରଣନୀତି ଆରମ୍ଭ କଲେଣି । ଏହାରି ଭିତରେ ଆପ୍ ସୁପ୍ରିମୋ ଗୁଜୁରାଟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଯଦି ଗୁଜରାଟରେ ଆମ ଆଦମୀ ପାର୍ଟି(ଆପ) ସରକାର ଆସେ ତେବେ ମହିଳାମାନଙ୍କୁ ମାସିକ ଭତ୍ତା ମିଳିବ। ରାଜ୍ୟର ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ମିଳିବ। ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ। ଏହି ୧୦୦୦ ଟଙ୍କା ରେବିଡ଼ି(ମାଗଣା ବଣ୍ଟନ) ନୁହଁ ବୋଲି କେଜ୍ରିୱାଲ କହିଛନ୍ତି। ଏହା ହେଉଛି ଆପଣଙ୍କ ଅଧିକାର । ଲୋକଙ୍କ ଅର୍ଥ ଲୋକଙ୍କ ପାଖକୁ ଯିବା ଉଚିତ। ଏହା ସ୍ୱିସ ବ୍ୟାଙ୍କକୁ ଯିବା ଉଚିତ ନୁହଁ ବୋଲି କେଜ୍ରିୱାଲ କହିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କର ଏହା ହେଉଛି ପଞ୍ଚମ ଗ୍ୟାରେଣ୍ଟି। ଚଳିତ ବର୍ଷ ଶେସରେ ଗୁଜରାଟ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଆପ ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ପ୍ରଥମେ ଦିଲ୍ଲୀ, ପରେ ପଞ୍ଜାବ ଆଉ ଏବେ ଗୁଜରାଟ ଉପରେ ନଜର ରଖିଛି ଆପ୍।

ତେଣୁ ଗୁଜରାଟକୁ ଘନ ଘନ ଗସ୍ତ କରି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି କେଜ୍ରିୱାଲ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏଠାରେ ଆଦିବାସୀ କାର୍ଡ ଖେଳିଥିଲେ । ସେ କହିଥିଲେ ଯେ, ରାଜ୍ୟରେ ଆପ୍ ସରକାର ଶାସନକୁ ଆସିଲେ ଆଦିବାସୀଙ୍କ ବିକାଶ କରାଯିବ । ଆଦିବାସୀଙ୍କ ପାଇଁ ରାଜ୍ୟରେ ପେସା ଆଇନ ଲାଗୁ କରାଯିବ । ଏହାସହ ଟ୍ରାଇବାଲ୍ ଆଡଭାଇଜରି କମିଟିର ଚେୟାରମ୍ୟାନ ଆଦିବାସୀ ହିଁ ହେବେ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.