ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମ; ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର(ଆମ ଟିଭି): ପରଲୋକରେ ଝିଙ୍ଗିଆ ଓରାମ । କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ସେ କିଛିଦିନ ଧରି ଭୁବନେଶ୍ବର ଆପୋଲ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଶନିବାର ବିଳମ୍ବିତ ରାତିରେ ସେ ଶେଷ ନିଃସ୍ବାଶ ତ୍ୟାଗ କରିଛନ୍ତି। ତାଙ୍କର ମରଶରୀରର ଭୁବନେଶ୍ବରସ୍ଥିତ ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଛି।

ଝିଙ୍ଗିଆଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଜୁଏଲ୍ ଭାଇ ଙ୍କ ଦୀର୍ଘ ରାଜନୈତିକ ଯାତ୍ରା ର ସଫଳତାରେ ତାଙ୍କ ଧର୍ମପତ୍ନୀଙ୍କର ପ୍ରମୁଖ ଭୂମିକା ରହିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଓରାମ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ଝିଙ୍ଗିଆ ଓରାମ ଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.