ଆସିଲା କଡା ନିର୍ଦ୍ଦେଶ, ପ୍ରତି ଦୁଇ ଘଣ୍ଟାରେ ଦିଅ ଅପ ଡେଟ

0

ନୂଆଦିଲ୍ଲୀ: କୋଲକାତାର ଆର.ଜି. କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ଡାକ୍ତରଙ୍କ ପ୍ରଦର୍ଶନ ଜାରି ରହିଛି। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟର ପୁଲିସ୍ ବାହିନୀଙ୍କୁ ‘ପ୍ରତି ଦୁଇ ଘଣ୍ଟାରେ’ ପରିସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।

ରାଜ୍ୟ ପୋଲିସ ବାହିନୀକୁ ପଠାଯାଇଥିବା ବାର୍ତ୍ତାରେ ଗୃହ ମନ୍ତ୍ରଣାଳୟ କହିଛି ଯେ ବିରୋଧକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯିବା ଉଚିତ୍। ଏହା ବ୍ୟତୀତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏକ କମିଟି ଗଠନ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଗୃହ ମନ୍ତ୍ରଣାଳୟ ରାଜ୍ୟ ପୁଲିସ୍ ବାହିନୀଙ୍କୁ ଫ୍ୟାକ୍ସ ଏବଂ ହ୍ବାଟସ୍ ଆପ୍ ନମ୍ବର ଏବଂ ଇମେଲ୍ ଆଇଡି ମଧ୍ୟ ପ୍ରଦାନ କରିଛି ଯେଉଁଥିରେ ପ୍ରତି ଦୁଇ ଘଣ୍ଟାରେ ପରିସ୍ଥିତି ରିପୋର୍ଟ ପଠାଯିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏହା ନିଶ୍ଚିତ କରିବ ଯେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଜଡିତ ରିପୋର୍ଟ ଠିକ୍ ସମୟରେ ପହଞ୍ଚିବ

। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଲକାତା ବଳାତ୍କାର ମାମଲାରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏଭଳି ଗମ୍ଭୀର ପରିସ୍ଥିତିରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

Leave A Reply

Your email address will not be published.