ଆଭୂଷଣ ଫ୍ୟାଶନ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

0

ଭୁବନେଶ୍ୱର,୨୦।୮: ରାଜ୍ୟର ସର୍ବବୃହତ୍‌ ୧ଗ୍ରାମ୍‌ ଗୋଲ୍‌ଡ ଆଣ୍ଡ ଫ୍ୟାଶନ ଜୁଏଲେରି ଶୋ’ରୁମ୍‌ ତଥା ଆଭୂଷଣ ଫ୍ୟାଶନ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ଫୋରମ ମାର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଆଭୂଷଣ ପକ୍ଷରୁ ଏକ ସ୍ବତନ୍ତ୍ର ଉଦ୍‌ଘାଟନୀ ଉତ୍ସବର ଆୟୋଜନ ଫୋରମ ମାର୍ଟ ସପ୍‌ ନଂ. ୫ ରେ କରାଯାଇଥିଲା। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋକପ୍ରିୟ ଓଡ଼ିଆ ଆଙ୍କର ଓ ଅଭିନେତା ସୁଜିତ ପାଇକରାୟଙ୍କ ସମେତ ଆଉଟ୍‌ଲେଟ୍‌ର ସ୍ବତ୍ୱାଧିକାରୀ ବିଶ୍ୱଜିତ ମହାନ୍ତି ଏବଂ ରାଜେଶ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଆଭୂଷଣ ଫ୍ୟାଶନ ଜୁଏଲର୍ସରେ ସବୁ ବର୍ଗର ୧ ଗ୍ରାମ୍‌ ଗୋଲ୍‌ଡ ଅଳଙ୍କାର ସାଙ୍ଗକୁ ଉଭୟ ଘରୋଇ ଓ ପାର୍ଟିଭିତ୍ତିକ ଫ୍ୟାଶନ ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ। ୩୫୦୦ ବର୍ଗ ଫୁଟ ପରିବ୍ୟାପ୍ତ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ଶୋ’ରୁମ୍‌ରେ ୫୦ ଟଙ୍କାରୁ ଆରମ୍ଭକରି ପ୍ରାୟ ୨୫,୦୦୦ ଟଙ୍କା ମୂଲ୍ୟର ୧ ଗ୍ରାମ୍‌ ଗୋଲ୍‌ଡ ଆଣ୍ଡ ଫ୍ୟାଶନ ଗହଣା ଉଭୟ ପୁରୁଷ ଓ ମହିଳା ଏପରିକି ଶିଶୁମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଡିଜାଇନର ଅଳଙ୍କାର ଉପଲବ୍ଧ ରହିଛି।

Leave A Reply

Your email address will not be published.