ବଡ଼ ଖବର; ବଦଳିଲା ଯୁକ୍ତ-୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ୩୦ ନୁହେଁ ୨୪ ମାର୍କ ରଖିଲେ ପାସ୍

0

ଭୁବନେଶ୍ବର (ଆମ ଟିଭି): ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ବଦଳିଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ୩୦ ନୁହେଁ ୨୪ ରଖିଲେ ପାସ୍ । । କାରଣ ଏବେ ଆଉ ୧୦୦ ମାର୍କର ପରୀକ୍ଷା ନହୋଇ ସବୁ ବିଷୟରୁ ୮୦ ମାର୍କର ପରୀକ୍ଷା ହେବ । କିଛି ଏମିତି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । କଳା, ବିଜ୍ଞାନ ଏବଂ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ପ୍ରଶ୍ନପତ୍ର ବଦଳାଇ କିଛି ଏମିତି ଘୋଷଣା କରଛି ।

ତେବେ ଆସନ୍ତା ବର୍ଷ ଠାରୁ ଏହା ଲାଗୁ ହେଉଥିବା ବେଳେ ୨୦୨୩ରେ ଯେଉଁମାନେ ଯୁକ୍ତ ୨ରେ ନାମ ଲେଖାଇଥିଲେ ସେମାନେ ୨୦୨୫ରେ ଏହି ଢାଞ୍ଚାରେ ପରୀକ୍ଷା ଦେବେ । ହେଲେ ପରୀକ୍ଷା ୮୦ ମାର୍କ ହୋଇଥିଲେ ମଧ୍ୟ ସମୟ ଅନ୍ତରାଳ ସେହି ସମାନ ୩ ଘଣ୍ଟା ରହିବ ବୋଲି ସୂଚନା ଦେଇଛି CHSE।

Leave A Reply

Your email address will not be published.