କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ

0

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ସମ୍ବଲପୁର ଲୋକସଭା ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ସଂକ୍ରାନ୍ତ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି।

ସମ୍ବଲପୁର ଆସନରେ ସ୍ଵାଧୀନ ଭାବେ ପ୍ରତିଦ୍ଵନ୍ଦ୍ଵିତା କରି ପରାଜିତ ହୋଇଥିବା ପ୍ରାର୍ଥୀ ସୁବାସ ମହାପାତ୍ର ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଏକ ପିଟିସନ ଦାୟର କରିଥିଲେ। ତାହାକୁ ଆଧାର କରି ହାଇକୋର୍ଟ ନିର୍ବାଚିତ ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କୁ ନୋଟିସ ଜାରି କରିଛନ୍ତି।

Leave A Reply

Your email address will not be published.