ମୋଟାପଣ ବଢ଼ାଇବ ଚିନି , ଜାଣନ୍ତୁ କେମିତି
ଚିନି ପ୍ରତ୍ୟେକଙ୍କ ରୋଷେଇ ଘରେ ଉପଲବ୍ଧ। ବିଶେଷ କରି ଚା’ ପ୍ରସ୍ତୁତ କରିବା ସମୟରେ ଚିନିର ବ୍ୟବହାର ନିଶ୍ଚୟ କରାଯାଏ । ମାତ୍ର ଆପଣ ଜାଣନ୍ତି କି ଅଧିକ ମାତ୍ରାରେ ଚିନିର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ । ନିଜ ଡାଏଟରେ ଚିନିକୁ କମ୍ ମାତ୍ରାରେ ସାମିଲ୍ କରନ୍ତୁ । ଜୀବନଶୈଳୀରେ ପରିବର୍ତ୍ତନ କରି ଖାଦ୍ୟରେ ଚିନିକୁ କମ୍ ମାତ୍ରାରେ ସେବନ କରିବା ଦ୍ୱାରା ଅନେକ ରୋଗ ଠାରୁ ଶରୀରକୁ ଦୂରେଇ ରଖି ପାରିବେ । ଜାଣନ୍ତୁ କାହିଁକି ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ..
ଚିନି ପ୍ରାକୃତିକ ରୂପରେ ମିଳୁଥିବା କାବ୍ରୋହାଇଡ୍ରେଟ । ଏହା ମୁଖ୍ୟତଃ ଆଖୁରୁ ମିଳିଥାଏ । ଚିନି ଶରୀରକୁ ଶକ୍ତି ପ୍ରଦାନ କରିବା ପାଇଁ ଆବଶ୍ୟକ । ମାତ୍ର ଆବଶ୍ୟକ ମାତ୍ରା ଠାରୁ ଚିନି ଅଧିକ ପରିମାଣରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ।
ମୋଟାପଣ – ଅଧିକ ମାତ୍ରାରେ ଚିନି ସେବନ ମୋଟାପଣ ବୃଦ୍ଧିର ପ୍ରମୁଖ କାରଣ । ଚିନିରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ହୋଇଥାଏ।
ମଧୁମେହ- ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ । ଚିନି ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ।