‘ଭାରତ କା ଅମୃତ କଳସ’ରେ ଚମକିଲେ ଓଡ଼ିଆ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ଦ୍ୱିତୀୟ ରନର୍ସ ଅପ ହୋଇ ରାଜ୍ୟ ପାଇଁ ଆଣିଲେ ଗୌରବ

0

ଭୁବନେଶ୍ୱର (ଆମ ଟିଭି): ପୁଣି ଚମକିଲେ ଓଡ଼ିଆ ଝିଅ । କମାଲ କଲେ ଓଡ଼ିଆ ଝିଅ ତଥା କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା । ଦୂରଦର୍ଶନରେ ପ୍ରସାରିତ ଭାରତର ପ୍ରଥମ ଲୋକ ସଙ୍ଗୀତ ରିଆଲିଟି ଶୋ’ ‘ଭାରତ କା ଅମୃତ କଳସ’ରେ ନିଜ ଜଲୱା ଦେଖାଇ ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବର୍ଣ୍ଣାଳୀ ହୋତା । ସେ ଏହି ପ୍ରତିଯୋଗୀତାରେ 28 ଟି ରାଜ୍ୟ ଓ 7ଟି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଏହି ସଫଳତା ହାସଲ କରି ବର୍ତ୍ତମାନ ବର୍ଣ୍ଣାଳି ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି । ବର୍ତ୍ତମାନ ବର୍ଣ୍ଣାଳୀ ଓଡ଼ିଶା ଫେରିଥିବା ବେଳେ ଓଡ଼ିଆ ଦର୍ଶକ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇଁ ଏସବୁ ହୋଇପାରିଛି ବୋଲି ସେ କହିଛନ୍ତି ।

ଓଡ଼ିଆ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଦ୍ୱିତୀୟ ରନର୍ସ ଅପ ହେଲେ। ବର୍ଣ୍ଣାଳୀ ହୋତାଦୀର୍ଘ ୬ ମାସ ଧରି ଚାଲିଥିବା ଏହି ପ୍ରଥମ ଲୋକସଙ୍ଗୀତ କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବର୍ଣ୍ଣାଳୀ ଫାଇନାଲରେ ପହଞ୍ଚିଥିଲେ । ତେବେ ଫାଇନାଲ ରାଉଣ୍ଡରେ ପ୍ରଥମ ‘ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ’ ଗୀତ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ । ଏହା ପରେ ସେ ସ୍ୱର୍ଗତ ଭିକାରୀ ବଳଙ୍କ ଗୀତ ‘କୋଠ ଭୋଗଖିଆ ମୋ ଚକାଆଖିଆ..ଉଠହେ ପହଡ଼ ଭାଙ୍ଗି..’ ପରିବେଷଣ କରିଥିଲେ । ସେ ଅଳ୍ପକେ ବିଜେତା ଆଖ୍ୟାରୁ ବଞ୍ଚିତ ହୋଇଥିଲେ ହେଁ ଦ୍ୱିତୀୟ ରନର୍ସ ଅପ ଟ୍ରଫି ନିଜ ନାଁରେ କରିଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଅନୀତା ଡାଙ୍ଗୀ ଏଥିରେ ବିଜେତା ହୋଇଥିବା ବେଳେ ମହାରାଷ୍ଟ୍ରର ସିଦ୍ଦେଶ ଯାଦବ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ।

Leave A Reply

Your email address will not be published.