କଲିକତା ଦୁଷ୍କର୍ମ ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଲେ ରାଷ୍ଟ୍ରପତି; କହିଲେ, ବାସ୍‌, ଏବେ ବହୁତ ହୋଇଗଲା…

0

ନୂଆଦିଲ୍ଲୀ (ଆମ ଟିଭି): କଲିକତାରେ ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ କ୍ରୋଧ ଓ ଅସନ୍ତୋଷର ବାତାବରଣ ରହିଛି। ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଘଟଣା ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ସେ ଏହି ଘଟଣାରେ ନିରାଶ ଓ ଭୟଭୀତ ଅଛନ୍ତି।

ନିଜ ଅସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଉପରେ ରୋକ ଲଗାଇବାକୁ ଆହ୍ବାନ ଦେଇଛନ୍ତି ଏବଂ କହିଛନ୍ତି ଯେ, ବାସ୍‌, ଏବେ ବହୁତ ହୋଇଗଲା। ସମୟ ଆସିଯାଇଛି, ଭାରତ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ‘ବିକୃତି’ ପ୍ରତି ଜାଗ୍ରତ ହେଉ ଏବଂ ସେହି ମାନସିକତାର ମୁକାବିଲା କରୁ, ଯିଏ ମହିଳାମାନଙ୍କୁ କମ୍ ଶକ୍ତିଶାଳୀ, କମ୍ ସକ୍ଷମ, କମ୍ ବୁଦ୍ଧିମାନ ରୂପେ ଦେଖେ।

Leave A Reply

Your email address will not be published.