ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା
ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ୧୬ଟି ସ୍ଥାନରେ ଏହି ଅବକାରୀ ଥାନା ଖୋଲାଯିବ। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି।
ଏଥିମଧ୍ୟରୁ କେବଳ ଗଞ୍ଜାମରେ ୬ଟି ନୂଆ ଅବକାରୀ ଥାନା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।ଗଞ୍ଜାମରେ ୩, ବ୍ରହ୍ମପୁରରେ ୩ଟି ନୂଆ ଅବକାରୀ ଥାନା ପ୍ରତିଷ୍ଠା ହେବ। ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ ୬ଟି ଅବକାରୀ ଥାନା ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୪ ତାରିଖରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ବିଷାକ୍ତ ମଦ ମୃତ୍ୟୁ ନେଇ ବିଧାନସଭାରେ ସଂପୂର୍ଣ୍ଣ ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ। ସେ କହିଛନ୍ତି୧୯୯୨ ଠାରୁ ଏଯାବତ୍ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି। ୧୯୯୨ରେ କଟକରେ ସର୍ବାଧିକ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୨ରେ ଭୁବନେଶ୍ୱର ଉପକଣ୍ଠ ଟୁକୁଲିପଡ଼ାରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା।