ମାସ ଆରମ୍ଭରୁ ବଢିଲା କମର୍ସିଆଲ ଗ୍ୟାସ୍ ଦର

0

ନୂଆଦିଲ୍ଲୀ (ଆମ ଟିଭି): ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ଦେଶରେ ବଢିଲା କମର୍ସିଆଲ ଗ୍ୟାସ୍ ଦର। ୩୯ ଟଙ୍କା ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ୍ ଦାମ୍। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୬୯୧.୫୦ ଟଙ୍କା ହୋଇଛି।

ସେହିପରି ମୁମ୍ବାଇରେ ଦର ୧୬୪୪ ଟଙ୍କା ହୋଇଥିବାବେଳେ କୋଲକାତାରେ ୧୮୦୨. ୫୦ ଟଙ୍କା ହୋଇଛି। ଗତ ମାସରେ ମଧ୍ୟରେ କମର୍ସିଆଲ ଗ୍ୟାସ୍ ଦର ବୃଦ୍ଧି ହୋଇଥିଲା। ଘରୋଇ ଏଲପିଜି ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି।

Leave A Reply

Your email address will not be published.