ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ; ବିଜେପିର ସଦସ୍ୟ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଭୁବନେଶ୍ବର (ଆମ ଟିଭି); ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ – ୨୦୨୪ ଆରମ୍ଭ ହୋଇଛି। ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳର ସଦସ୍ୟତା ଗ୍ରହଣ କରିଚନ୍ତି। ମଞ୍ଚରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଉପମୁଖ୍ୟାମନ୍ତ୍ରୀ କେଭି ସିଂଦେଓ, ପ୍ରଭାରି ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଧାୟକ ଏବଂ ସାଂସଦ ମାନେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ଓଡ଼ିଶା ଗଠନ କରି ପାରିବା ପାଇଁ ଆହ୍ଵାନ ଦେଇଛନ୍ତି। ବିଜେପିରେ ଏକ କୋଟି ଲୋକଙ୍କୁ ଯୋଡିବାକୁ କାର୍ଯ୍ୟକର୍ତ୍ତାକୁ ଲୋକଙ୍କ ପାଖକୁ ଯିବାକୁ କହିଛନ୍ତି।Yes We Can…। ଆମେ ଏକ କୋଟି ସଦସ୍ୟ କରିବା ପାଇଁ ସଂକଳ୍ପ ନେବା। ଏକ କୋଟି ସଦସ୍ୟ ବିଜେପିରେ ସାମିଲ କରି ଦେଖାଇବା। ୩୭ ବୁଥରେ ଦୁଇ ହଜାର ପରିବାର ଅଛନ୍ତି। ଦୁଇ ହଜାର ପରିବାରଙ୍କୁ ବିଜେପିରେ ସାମିଲ କରିବା ଚେଷ୍ଟା କରିବା ସରକାର ଯାହା କରିଛନ୍ତି ତାକୁ ନେଇ ଲୋକଙ୍କ ପାଖକୁ ଯାଅ। କେନ୍ଦ୍ର ସରକାରଙ୍କ ଉପଲବ୍ଧି ଵି ପହଞ୍ଚାଅ ବୋଲି ମୋହନ ମାଝୀ କହିଛନ୍ତି।

ମନମୋହନ ସାମଲ କହିଛନ୍ତି, ଘର ଘର ବୁଲିବା।ଯେଉଁମାନେ ଭୋଟ ଦେଇଛନ୍ତି, ତାଙ୍କୁ ଦଳରେ ସାମିଲ କରିବା। ଲୋକ ସମ୍ପର୍କ ଯୋଡି ବିଜେପିରେ ସାମିଲ କରିବା। ବିଜେଡିରେ ଥାଅନ୍ତୁ କି କଂଗ୍ରସରେ ଥାଆନ୍ତୁ। ତାକୁ ବିଜେପିରେ ସାମିଲ କରିବା ପାଇଁ ଚେଷ୍ଟା କରିବା। ବିଜେପି ଜାତୀୟତା ବାଦରେ ବିଶ୍ୱାସ କରୁଥିବା ଦଳ। ଏ ଦଳ ସାଧାରଣ ଲୋକଙ୍କ ଦଳ। ଆମେ ଗର୍ବିତ ଯେ ଦଳରେ ସଦସ୍ୟ ଥିଲୁ। ପୁଣି ସଦସ୍ୟ ହେବୁ। ୧୮ କୋଟି ସଦସ୍ୟ ବିଶିଷ୍ଟ ଦଳ ହେଇ ସାରିଛି। ୪୨ ଲକ୍ଷ ସଦସ୍ୟ କଲେ ସରକାର ହେଲା। ଜୟ ପରାଜୟ ଆମ ପାଇ ବଡ ନୁହେଁ। ସଂଗଠନ ଆମ ପାଇ ବଡ। ସରକାର ଆଉ ସଙ୍ଗଠନକୁ ଯୋଡ଼ି ରଖିବା।

ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି। ରେଲେୱେ ଷ୍ଟେସନ, ବସ ଷ୍ଟାଣ୍ଡ, କଲେଜ ବାହାରେ ସଦସ୍ୟତା ଅଭିଯାନ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ। ପ୍ରତି ବୁଥରେ ଚାରି ଶହ ସଦସ୍ୟ ଟାର୍ଗେଟ। ରାଜ୍ୟ ସରକାରରେ ଏକ ବର୍ଷର ଉପଲବ୍ଧି ୧୦୦ ଦିନ ପୂର୍ବରୁ ହୋଇଛି। ଏହି ସବୁ କଥା ଲୋକଙ୍କ ପାଖରେ ପହଞ୍ଚାଅ। ୪୫ ଦିନରେ ଭିତରେ ଟାର୍ଗେଟ ହାସଲ କରିବା ରେକର୍ଡ କରି ଦେଖେଇବା।

Leave A Reply

Your email address will not be published.